ଭାରତ ସରକାର ଭୁଲ ଧାରଣାର ବଶବର୍ତ୍ତୀ ହୋଇ ଟିକଟକକୁ  ନିଷିଦ୍ଧ କରିଛନ୍ତି : ସିଇଓ

Advertisment
ଭାରତ ସରକାର ଭୁଲ ଧାରଣାର ବଶବର୍ତ୍ତୀ ହୋଇ ଟିକଟକକୁ  ନିଷିଦ୍ଧ କରିଛନ୍ତି : ସିଇଓ

Times of India

ଓ୍ଵାସିଂଟନ୍: ବଢ଼ୁଥିବା ସୁରକ୍ଷା ଚିନ୍ତା ଏବଂ କମ୍ପାନୀ ଉପରେ ଚୀନ୍ ସରକାରଙ୍କ ପ୍ରଭାବ ମଧ୍ୟରେ ଟିକଟକ୍ ସିଇଓ ସୌ ଝି ଚୁ ଆମେରିକା କଂଗ୍ରେସରେ ହାଜର ହୋଇଛନ୍ତି । ଚୁ ଗୃହ ଶକ୍ତି ଏବଂ ବାଣିଜ୍ୟ କମିଟିର ଅନେକ କଠିନ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ। ଟିକଟକ୍ ର ସିଇଓଙ୍କୁ ଏହି ପଚରାଉଚରା ପାଖାପାଖି ୪ ଘଣ୍ଟା ଧରି ଚାଲିଥିଲା। ଏହି ସମୟରେ ଚୁ ପ୍ରତିଥର ଜୋର ଦେଇ କହିଥିଲେ ଯେ ଚୀନର ଆଇଟି କମ୍ପାନୀ ବାଇଟଡ୍ୟାନ୍ସ ମାଲିକାନାରେ ଥିବା ଟିକଟକ୍ ଆପ୍ ଚୀନ୍ ସରକାରଙ୍କ ସହ ତଥ୍ୟ ଅଂଶୀଦାର କରେ ନାହିଁ। ଏଥିସହିତ ସେ ଆଶ୍ୱାସନା ଦେଇଛନ୍ତି ଯେ ଆମେରିକାରେ ଏହାର ୧୫୦ ନିୟୁତ ଉପଭୋକ୍ତାଙ୍କ ଡାଟା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ସହିତ ତଥ୍ୟ ବା ଡାଟା ଦିଆନିଆ କରେ ନାହିଁ ।

ଭାରତ ଏବଂ ଅନ୍ୟାନ୍ୟ ଦେଶରେ ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ସମ୍ପର୍କରେ ଆମେରିକୀୟ ସାଂସଦ ଡେବି ଲେସ୍କୋ ପ୍ରଶ୍ନ କରିଛନ୍ତି ଯେ ଏହି ଟିକ୍ ଟକ୍ ଚୀନ୍ ସରକାରଙ୍କ ନିୟନ୍ତ୍ରଣରେ ଅଛି ଏବଂ ଜାତୀୟ ନିରାପତ୍ତା ପାଇଁ ଚିନ୍ତା ବଢ଼ାଉଛି । ଏହି ସବୁ ଦେଶ ଏବଂ ଏଫବିଆଇର ଆଶଙ୍କାକୁ କିପରି ଭୁଲ ବୋଲି କୁହାଯାଇପାରିବ ବୋଲି ସେ ପ୍ରଶ୍ନ କରିଥିଲେ ? ଏହାର ଉତ୍ତରରେ ଚୁ କହିଥିଲେ ଯେ ଟିକଟକ ଉପରେ ଯେଉଁସବୁ ଆରୋପ ଲଗାଯାଉଛି, ସେଗୁଡ଼ିକ ମୁଖ୍ୟତଃ କାଳ୍ପନିକ ଓ ଭ୍ରାନ୍ତ ଧାରଣା ଉପରେ ପର୍ଯ୍ୟବେଶିତ । ମୁଁ ଏପର୍ଯ୍ୟନ୍ତ ଏହାର କୌଣସି ପ୍ରମାଣ ପାଇନାହିଁ । ଭାରତ ସରକାର ଯେଉ୍ଁ ଆଧାରରେ ନିଷେଧାଜ୍ଞା  ଲଗାଇଛନ୍ତି ତାହା କାଳ୍ପନିକ ବୋଲି ସେ କହିଛନ୍ତି ।

ସୁରକ୍ଷା ଦୃଷ୍ଟିରୁ ଭାରତ ୨୦୨୦ରେ ଟିକ୍ ଟକ୍ କୁ ବ୍ୟାନ୍ କରିଥିଲା। ଗୋପନୀୟତା ଏବଂ ସୁରକ୍ଷା କୁ ଦୃଷ୍ଟିରେ ରଖି ଭାରତ ୨୦୨୦ରେ ମେସେଜିଂ ଆପ୍ ୱିଚାଟ୍, ଟିକ୍ଟକ୍ ଏବଂ ଅନ୍ୟ ଡଜନାଧିକ ଚାଇନିଜ୍ ଆପ୍ କୁ ନିଷିଦ୍ଧ କରିଥିଲା। ଏଲ୍ଏସିରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ସହ ଶତାଧିକ ଆହତ ହେବା ପରେ ଏହି ନିଷେଧାଦେଶ ଜାରି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe