ଭାରତକୁ ଗାର୍ଡିଆନ ଡ୍ରୋନ ବିକିବାକୁ ଆମେରିକା ରାଜି, ପାକିସ୍ତାନ ଛାନିଆ

Advertisment
ଭାରତକୁ ଲଢୁଆ ଡ୍ରୋନ ବିକ୍ରି ପ୍ରସ୍ତାବକୁ ଟ୍ରମ୍ପ ପ୍ରଶାସନର ସବୁଜ ସଂକେତ, ବହୁଗୁଣିତ ହେବ ଭାରତର ସାମରିକ ଶକ୍ତି

ନୂଆଦିଲ୍ଲୀ : ବିଭିନ୍ନ ଉଦ୍ୟମ ସତ୍ତ୍ୱେ ଭାରତ ଋଷିଆ ଆଡକୁ ଢଳୁଥିବାରୁ ଆମେରିକା ଚିନ୍ତିତ ହୋଇପଡିଛି । ଭାରତକୁ ଲଢୁଆ ଗାର୍ଡିଆନ ଡ୍ରୋନ ଦେବାକୁ ଆମେରିକା ପ୍ରସ୍ତାବ ଦେଇଛି । ଚୀନକୁ ନିୟନ୍ତ୍ରଣ କରିବାକୁ ହେଲେ ଭାରତକୁ ନିଜ ପଟେ ରଖିବାକୁ ଚାହୁଁଛି ଆମେରିକା । ଏଥିପାଇଁ ବିଭିନ୍ନ ପ୍ରକାରେ ଉଦ୍ୟମ କରୁଛି । ଏବେ ଭାରତକୁ ଲଢୁଆ ଗାର୍ଡିଆନ ଡ୍ରୋନ ପ୍ରଦାନ ପାଇଁ ଆମେରିକା ପ୍ରସ୍ତାବ ଦେଇଛି । ପୂର୍ବରୁ କେବଳ ଗୁଇନ୍ଦା ଡ୍ରୋନ ଦେବାକୁ ଆମେରିକା କହୁଥିଲା । କିନ୍ତୁ ଏବେ ଭାରତକୁ ଆକୃଷ୍ଟ କରିବାକୁ ଆମେରିକା ଏହି ଅଫର ଦେଇଛି । ଗତ ଏପ୍ରିଲ ମାସରେ ଆମେରିକା ନିଜର ସାମରିକ ରପ୍ତାନି ନୀତିରେ ସଂଶୋଧନ କରି ଡ୍ରୋନ ରପ୍ତାନି ପାଇଁ ପଥ ପରିଷ୍କାର କରିଥିଲା । ଯଦି ଭାରତ ଏହି ଡ୍ରୋନ ପାଇବାରେ ସକ୍ଷମ ହୁଏ, ଏହା ପାଇବାରେ ବିଶ୍ୱର ପ୍ରଥମ ଅଣ-ନ୍ୟାଟୋ ଦେଶ ହେବ । ଏହି ଡ୍ରୋନ ହେଉଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ଲଢୁଆ ଡ୍ରୋନ । ଏଥିରୁ କ୍ଷେପଣାସ୍ତ୍ର ଓ ବୋମା ଖଞ୍ଜି ଆକ୍ରମଣ କରିହେବ । ଏହି ଡ୍ରୋନ ପାଇଲେ ଭାରତର ଶକ୍ତି ବହୁଗୁଣିତ ହୋଇଯିବ । ଏପରିକି ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଆଉ ପାକିସ୍ତାନ ସୀମା ଭିତରକୁ ଯିବାକୁ ପଡିବ ନାହିଁ । ଡ୍ରୋନ ପଠାଇ ଏହି କାମ କରିହେବ ।ଏଥିପାଇଁ ଚୀନ ମଧ୍ୟ ଛାନିଆ ହୋଇପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe