ଭାରତରେ କୋଭିଡ୍‌ ଆରୋଗ୍ୟ ହାର ୭୦% ଟପିଲା, ଦିନକରେ ରେକର୍ଡ ୫୬ ହଜାର ସୁସ୍ଥ

Advertisment

In India, the Covid cure rate exceeds 80%, a record 56,000 healthy per day.

In India, the Covid cure rate exceeds 80%, a record 56,000 healthy per day.

ଭାରତରେ କୋଭିଡ୍‌ ଆରୋଗ୍ୟ ହାର ୭୦% ଟପିଲା, ଦିନକରେ ରେକର୍ଡ ୫୬ ହଜାର ସୁସ୍ଥ

ନୂଆଦିଲ୍ଲୀ: ଭାରତରେ କୋଭିଡ୍‌ ଆରୋଗ୍ୟ ହାର ୭୦ ପ୍ରତିଶତ ଟପିଯାଇଛି। ମୋଟ୍‌ ୧୬ ଲକ୍ଷ ୩୯ ହଜାର ୫୯୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଏବେ ମାତ୍ର  ୨୭.୬୪ ପ୍ରତିଶତ ସକ୍ରିୟ ମାମଲା ରହିଛି। ମୃତ୍ୟୁହାର ମଧ୍ୟ ୧ .୯୮ ପ୍ରତିଶତକୁ କମିଯାଇଛି। ଗତକାଲି ଗୋଟିଏ ଦିନରେ ରେକର୍ଡ ୫୬ ହଜାର ୧୧୦ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି।  ପ୍ରତିଦିନ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ବଢ଼ୁଛି। ଏହା ଏକ ସକରାତ୍ମକ ଦିଗ। ଜୁଲାଇ ପ୍ରଥମ ସପ୍ତାହରେ ଭାରତର ହାରାହାରି ଆରୋଗ୍ୟ ମାମଲା ୧୫ ହଜାର ଥିଲା। କିନ୍ତୁ ଅଗଷ୍ଟ ପ୍ରଥମ ସପ୍ତାହ‌ରେ ଏହା ୫୦ ହଜାରରୁ ଅଧିକ ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦୈନିକ ଆରୋଗ୍ୟଙ୍କ ସଂଖ୍ୟା ବଢ଼ିବା ସହ ଦେଶରେ ଏବେ ଆରୋଗ୍ୟ ହାର ୭୦.୩୮ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ଏବେ ୬ ଲକ୍ଷ ୪୩ ହଜାର ୯୪୮ ସକ୍ରିୟ ମାମଲା ରହିଛି।

ଲଗାତାର ଆରୋଗ୍ୟଙ୍କ ସଂଖ୍ୟା ବଢ଼ିବା ସହ ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ ଦୂରତା ପ୍ରାୟ ୧୦ ଲକ୍ଷ ପହଞ୍ଚିଛି। ସମଗ୍ର ବିଶ୍ବରେ ଭାରତାର ମୃତ୍ୟୁହାର ବହୁତ କମ୍‌ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୭ ଲକ୍ଷ ୩୩ ହଜାର ୪୪୯ ନମୁନା ପରୀକ୍ଷା କରାଯାଇଛି। ମୋଟ୍‌ ୨.୬ କୋଟି ଟେଷ୍ଟ୍‌ ହୋଇସାରିଛି। ପ୍ରତି ୧୦ ଲକ୍ଷରେ ଟେଷ୍ଟ୍‌ ମଧ୍ୟ ୧୮ ହଜାର ୮୫୨କୁ ବୃଦ୍ଧି ପାଇଛି। ଦେଶରେ ଟେଷ୍ଟିଂ ଲ୍ୟାବ୍‌ ସଂଖ୍ୟା ୧୪୨୧କୁ ବୃଦ୍ଧି ପାଇଛି। ୯୪୪ଟି ସରକାରୀ ଲ୍ୟାବ୍‌ ଥିବାବେଳେ ୪୭୭ ଘରୋଇ ଲ୍ୟାବ୍‌ ରହିଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୬୦ ହଜାର ୯୬୩ ନୂଆ ମାମଲା ସହ ଭାରତରେ ମୋଟ୍‌ କୋଭିଡ୍‌ ସଂକ୍ରମଣ ମାମଲା ୨୩ ଲକ୍ଷ ଟପିଯାଇଛି।  ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ୪୬ ହଜାର ଟପିଯାଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୨୩ ଲକ୍ଷ ୨୯ ହଜାର ୬୩୮ରେ ପହଞ୍ଚିଛି। ଲଗାତାର ଟେଷ୍ଟିଂ ବଢ଼ିବାରୁ ଦେଶରେ ସଂକ୍ରମଣ ବଢ଼ୁଛି। ଆଗାମୀ ୪୫ ଦିନ ପର୍ଯ୍ୟନ୍ତ ଏହି ଟ୍ରେଣ୍ଡ୍‌ ଜାରି ରହିବ ବୋଲି କୁହାଯାଇଛି। କିନ୍ତୁ ଭାରତ ଟେଷ୍ଟିଂ ବଢ଼ାଇଥ‌ିଲେ ମଧ୍ୟ ଆମେରିକା ଏବଂ ବ୍ରିଟେନ୍‌ ତୁଳନାରେ ଏହା ଖୁବ୍‌ କମ୍‌ ଟେଷ୍ଟ୍‌ କରୁଛି। ଟେଷ୍ଟିଂ ଆହୁରି ବଢ଼ିଲେ ସଂକ୍ରମଣ ମାମଲା ମଧ୍ୟ ଆହୁରି ଅଧିକ ବଢ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe