ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ଠାକ୍‌ରେଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ, ମହାରାଷ୍ଟ୍ରରେ ହାଇ ଆଲର୍ଟ ଜାରି

Advertisment
ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ଠାକ୍‌ରେଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ, ମହାରାଷ୍ଟ୍ରରେ ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ : ଏନ୍‌ସିପି ମୁଖ୍ୟ ଶରଦ ପାୱାର ଶୁକ୍ରବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ପାୱାର ଠାକ୍‌ରେଙ୍କ ବାସଭବନରେ ପ୍ରାୟ ୩ ଘଣ୍ଟା ଧରି ଆଲୋଚନା କରିଛନ୍ତି। ଏହି ଆଲୋଚନା ବେଳେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଜୟନ୍ତ ପାଟିଲ ଏବଂ ଦଳୀୟ ନେତା ପ୍ରଫୁଲ ପଟେଲ ମଧ୍ୟ ଉପସ୍ଥିତ ଥିଲେ। ଏକନା‌ଥ ସିନ୍ଦେଙ୍କ ପ୍ରତି ସମର୍ଥନ ବଢ଼ି ଚାଲିଥିବାରୁ ଏମ୍‌ଭିଏ ମେଣ୍ଟର ଚିନ୍ତା ବଢ଼ିଛି। ମତୋଶ୍ରୀରେ ବରିଷ୍ଠ ନେତାମାନଙ୍କର ବୈଠକ ଚାଲିଥିବା ବେଳେ ବାହାରେ ଶିବସେନା କର୍ମୀମାନେ ରୁଣ୍ଡ ହୋଇଛନ୍ତି। ଇତି ମଧ୍ୟରେ ମହାରାଷ୍ଟ୍ରରେ ହାଇ ଆଲର୍ଟ ଜାରି ହୋଇଛି। ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଚତୁର୍ଥ ଦିନରେ ପହଞ୍ଚିଥିବା ବେଳେ ଶିବସେନା କର୍ମୀମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିପାରନ୍ତି। ମହାରାଷ୍ଟ୍ର ପୁଲିସ ଅନୁଯାୟୀ ସମସ୍ତ ଥାନା ଏବଂ ବିଶେଷ କରି ମୁମ୍ବାଇ ଅଞ୍ଚଳରେ ଥିବା ଥାନାଗୁଡ଼ିକୁ ହାଇ ଆଲର୍ଟରେ ରହିବାପାଇଁ କୁହାଯାଇଛି। ବିଦ୍ରୋହୀ ନେତାଙ୍କ ବ୍ୟାନର, ପୋଷ୍ଟର ନଷ୍ଟ କରାଯାଉଥିବାରୁ ଏହାକୁ ନେଇ ଉତ୍ତେଜନା ବଢ଼ିଛି।

ଗୌହାଟୀରେ ଶିବସେନା ନେତା ଅଟକ
ଗୌହାଟୀ : ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ‌ଗୌହାଟୀରେ ଶୁକ୍ରବାର ଦିନ ଜଣେ ଶିବସେନା ନେତା ଅଟକ ରହିଛନ୍ତି। ଗୌହାଟୀର ଯେଉଁ ପଞ୍ଚ ତାରକା ହୋଟେଲରେ ଏକନାଥ ସିନ୍ଦେ ଏବଂ ବିଦ୍ରୋହୀ ନେତାମାନେ ଅଛନ୍ତି ସେହି ‌ ହୋଟେଲ୍‌ ବାହାରୁ ଶୁକ୍ରବାର ଦିନ ପୁଲିସ ଜ‌ଣେ ଶିବସେନା ବିଧା‌ୟକଙ୍କୁ ଅଟକ ରଖିଛି। ସଂଜୟ‌ ‌ଭୋସାଲେ ଶିବସେନାର ସତରା ଜିଲ୍ଲା ବିଭାଗର ଉପମୁଖ୍ୟ। ମତୋଶ୍ରୀକୁ ଫେରିବାପାଇଁ ସିନ୍ଦେଙ୍କୁ ଅନୁରୋଧ କରିବାକୁ ଯାଇ ସେ ସାଙ୍ଗରେ ଏକ ପ୍ଲାକାର୍ଡ ଧରି ହୋଟେଲ ବାହାରେ ସ୍ଲୋଗାନ୍‌ ଦେଇଥିଲେ। ବିନା ଅନୁମତିରେ ସମ୍ପୃକ୍ତ ବିଧାୟକ ଜଣଙ୍କ ବିରୋଧ ପ୍ରଦର୍ଶନ କରିଥିବାରୁ ତାଙ୍କୁ ପୁଲିସ ଅଟକ ରଖିଛି। ଇତିମଧ୍ୟରେ ଅନ୍ୟ ଜଣେ ଶିବସେନା ବିଧାୟକ ଦିଲୀପ ଲାଣ୍ଡେ ଶୁକ୍ରବାର ଦିନ ସିନ୍ଦେ ଶିବିରରେ ଯୋଗ ଦେବାପାଇଁ ଗୌହାଟୀ ଗସ୍ତରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe