ମହାରା‌ଷ୍ଟ୍ର ସରକାର ଗଠନ କସରତ, ସୋନିଆ-ପାୱାର ଆଲୋଚନା

Advertisment
ମହାରାଷ୍ଟ୍ର ରାଜନୀତିରେ ମହାନାଟକ : ଝୁଲାଇ ରଖିଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଆଜି ଏନ୍‌ସିପି ମୁଖ୍ୟ ଶରଦ ପାୱାର ଭେଟିଛନ୍ତି। ସୋନିଆଙ୍କ ୧୦ ଜନପଥ ସ୍ଥିତ ବାସଭବନ ପରିସରରେ ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ ଧରି ଆଲୋଚନା ହୋଇଛି। ମହାରାଷ୍ଟ୍ରରେ ଶିବ ସେନା ସହ ମିଶି ସରକାର ଗଠନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଅଧିକ ଆଲୋଚନା ହେବ । ଆଉ କିଛି ସମସ୍ୟାର ସମାଧାନ ଆମକୁ କରିବାକୁ ହେବ ବୋଲି ଶ୍ରୀ ପାୱାର କହିଛନ୍ତି।

ସୋନିଆ-ପାୱାର ଆଲୋଚନା ପରେ କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ମହାରାଷ୍ଟ୍ର ପରିସ୍ଥିତି ସମ୍ପର୍କରେ କଂଗ୍ରେସ ସଭାପତିଙ୍କୁ ଶରଦ ପାୱାର ଭେଟିଛନ୍ତି। ଆସନ୍ତା ଦିନେ ଦୁଇଦିନ ଭିତରେ ଏନ୍‌ସିପି ଏବଂ କଂଗ୍ରେସର ପ୍ରତିନିଧିମାନେ ଦିଲ୍ଲୀଠାରେ ସରକାର ଗଠନ ସଂକ୍ରାନ୍ତରେ ଅଧିକ ଆଲୋଚନା କରିବେ। ସୂର୍ଯ୍ୟେୱାଲାଙ୍କ ମନ୍ତବ୍ୟରୁ ଏହା ଜଣାପଡ଼ୁଛି, କଂଗେସ ଏବଂ ଏନ୍‌ସିପି ଶିବ ସେନା ସହ ମିଶି ସରକାର ଗଠନ କରିବେ। ଶିବ ସେନାରୁ ମୁଖ୍ୟମନ୍ତ୍ରୀ ହେବାକୁ ଥିବାବେଳେ ଉଭୟ କଂଗ୍ରେସ ଏବଂ ଏନ୍‌ସିପିରୁ ଉପମୁଖ୍ୟମନ୍ତ୍ରୀ ହେବା ଫର୍ମୁଲାକୁ କାର୍ଯ୍ୟକାରୀ କରାଯିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ରାଜ୍ୟସଭାରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବିଜେଡି ଏବଂ ଏନସିପି ସାଂସଦମାନଙ୍କର ଢେର୍‌ ପ୍ରଶଂସା କରିଛନ୍ତି। ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଶିବସେନା ଏନଡିଏରୁ ସମ୍ପର୍କ ଛିନ୍ନ କରିସାରିଛି। ଏହି ସମୟରେ ମୋଦୀ ଏନସିପିର ପ୍ରଶଂସା କରିବା ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ବ ବହନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe