‘ମିଥ୍ୟା, ଭାରତ-ବି‌ରୋଧୀ’, ସାମ୍ପ୍ରଦାୟିକ’ ବିଷୟବସ୍ତୁ ଥିବାରୁ ବ୍ଲକ୍‌ ହେଲା ୮ ‘ୟୁଟ୍ୟୁବ୍‌ ଚାନେଲ୍‌’ ଓ ଗୋଟିଏ ‘ଫେସ୍‌ବୁକ୍‌ ଆକାଉଣ୍ଟ୍‌’

Advertisment
‘ମିଥ୍ୟା, ଭାରତ-ବି‌ରୋଧୀ’, ସାମ୍ପ୍ରଦାୟିକ’ ବିଷୟବସ୍ତୁ ଥିବାରୁ ବ୍ଲକ୍‌ ହେଲା ୮ ‘ୟୁଟ୍ୟୁବ୍‌ ଚାନେଲ୍‌’ ଓ ଗୋଟିଏ ‘ଫେସ୍‌ବୁକ୍‌ ଆକାଉଣ୍ଟ୍‌’

Image Courtesy of NDTV

ନୂଆଦିଲ୍ଲୀ: ‘ମିଥ୍ୟା, ଭାରତ-ବି‌ରୋଧୀ’ ଏବଂ ସାମ୍ପ୍ରଦାୟିକ’ ବିଷୟବସ୍ତୁ ଥିବାରୁ ୭ଟି ଭାରତୀୟ ଏବଂ ଗୋଟିଏ ପାକିସ୍ତାନୀ ଚାନେଲ୍‌ ସମେତ ୮ଟି ‘ୟୁ‌ଟ୍ୟୁବ୍‌ ଚାନେଲ୍‌’କୁ ଭାରତ ସରକାର ବ୍ଲକ୍‌ କରାଇଛନ୍ତି।

ଏହାକୁ ମିଶାଇ ଗତବର୍ଷ ଡିସେମ୍ବର ମାସରୁ ସମୁଦାୟ ୧୦୨ଟି ‘ୟୁଟ୍ୟୁବ୍‌ ଆକାଉଣ୍ଟ୍‌’ ବ୍ଲକ୍‌ କରାଗଲାଣି। ‘ଆଇଟି ରୁଲ୍‌ସ୍‌ ୨୦୨୧’ରେ ଥିବା ଜରୁରୀ କ୍ଷମତା ପ୍ରୟୋଗ କରାଯାଇ ଚାଲିଥିବା ଉପରୋକ୍ତ ‘ବ୍ଲକ୍‌’ ଅଭିଯାନରେ ଗୋଟାଏ ‘ଫେସ୍‌ବୁକ୍‌ ଆକାଉଣ୍ଟ୍‌’ ମଧ୍ୟ ବ୍ଲକ୍‌ କରିଦିଆଯାଇଛି ବୋଲି ଆଜି ଏକ ରିଲିଜ୍‌ରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କହିଛି।

publive-image Image Courtesy of India Today

ମନ୍ତ୍ରାଳୟ କହିଛି, ପ୍ରାୟ ୮୬ ଲକ୍ଷ ‘ସବ୍‌ସ୍କ୍ରାଇବର୍‌’ ଓ ୧୧୪ କ‌ୋଟି ‘ଭିୟୁ’ ଥିବା ୮ଟିଯାକ ‘ୟୁଟ୍ୟୁବ୍‌ ଚାନେଲ୍‌’ ମିଥ୍ୟା ଦାବି ଜରିଆରେ ଭାରତରେ ଧାର୍ମିକ ସମ୍ପ୍ରଦାୟଙ୍କ ମଧ୍ୟରେ ଘୃଣା ବିସ୍ତାର କରୁଛି।

ଧାର୍ମିକ ଢାଞ୍ଚାଗୁଡ଼ିକ ଭାଙ୍ଗିବା ପାଇଁ ଭାରତ ସରକାର ଆଦେଶ ଦେଇଛନ୍ତି, ଧାର୍ମିକ ଉତ୍ସବ ପାଳନ ନିଷେଧ, ଭାରତରେ ଧର୍ମ ଯୁଦ୍ଧ ଘୋଷଣା ଭଳି ‘ମିଥ୍ୟା ସମ୍ବାଦ’ ଭଳି ବିଭ୍ରାନ୍ତିକର ଖବର ଉପରୋକ୍ତ ‘ୟୁଟ୍ୟୁବ୍‌ ଚାନେଲ୍‌’ରେ ରହିଛି ବୋଲି ଉକ୍ତ ରିଲିଜ୍‌ରେ ଉଲ୍ଲେଖ ଅଛି।

ଭାରତରେ ‘ବ୍ଲକ୍‌’ କରାଯାଇଥିବା ଚାନେଲ୍‌ଗୁଡ଼ିକ ମଧ୍ୟରେ ରହିଛି ‘ସବ୍‌ କୁଛ୍ ଦେଖୋ’ ନାମରେ ଚାନେଲ୍‌। ଏହାର ସବୁଠୁ ଅଧିକ ୧୯.୪ ଲକ୍ଷ୍ୟ ‘ସବ୍‌ସ୍କ୍ରାଇବର୍‌’ ଏବଂ ପ୍ରାୟ ୩୩ କୋଟି ‘ଭିୟୁ’ ଥିଲା। ସେହିପରି ‘ବ୍ଲକ୍‌’ ହୋଇଥିବା ଅନ୍ୟ ଚାନେଲ୍‌ଗୁଡ଼ିକ ହେଉଛି, ‘ୟୁ ଆଣ୍ଡ୍‌ ୟୁ ଟିଭି’, ‘ଏଏମ୍‌ ରାଜ୍‌ବି’, ‘ଗୌରବଶାଳୀ ପବନ ମିଥିଲାଞ୍ଚଲ୍‌’ ଏବଂ ‘ଲୋକତନ୍ତ୍ର ଟିଭି’ର ‘ଫେସ୍‌ବୁକ୍‌ ଆକାଉଣ୍ଟ୍‌’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe