ମୋଦୀଙ୍କ ସୁରକ୍ଷା ସ୍ଥିତି ସମୀକ୍ଷା କଲେ ରାଜନାଥ

Advertisment
ମୋଦୀଙ୍କ ସୁରକ୍ଷା ସ୍ଥିତି ସମୀକ୍ଷା କଲେ ରାଜନାଥ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟାପାଇଁ ଷଡ଼ଯନ୍ତ୍ର ଚାଲିଥିବା ଖବର ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗୃହମନ୍ତ୍ରୀ ରାଜନାଥ ସିଂହ ନିଜେ ମୋଦୀଙ୍କ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା, ଗୃହ ସଚିବ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ପୁଣେ ପୁଲିସ ଭୀମା କୋରେଗାଓଁ ହିଂସାକାଣ୍ଡ ମାମଲାରେ ଗିରଫ କରିଥିବା ୫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ସମୟରେ ମୋଦିଙ୍କୁ ମାରିବାପାଇଁ ଷଡ଼ଯନ୍ତ୍ର ଚାଲିଥିବା ଖବର ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe