ନୂଆଦିଲ୍ଲୀ : ସଂସଦର ଶୀତ ଅଧୀବେଶନର ପ୍ରଥମ ଦିନରେ ଆଜି ରାଜ୍ୟସଭା ସଦସ୍ୟମାନେ ସଂସଦରେ ପ୍ରବେଶ କରିବାବେଳେ ହଠାତ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାର କାରଣ ଥିଲା ରାଜ୍ୟସଭା ଅଧ୍ୟକ୍ଷଙ୍କ ଆସନ ପାଖରେ ଠିଆ ହେଉଥିବା ମାର୍ସାଲଙ୍କ ପୋଷାକ। ରାଜ୍ୟସଭା ମାର୍ସାଲ ପୂର୍ବରୁ ଏକ ପଗଡ଼ି ସହ ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧୁଥିବାବେଳେ ଏବେ ତାହା ବଦଳି ଯାଇଛି। ନୂଆ ପୋଷାକ ସେନା ପୋଷାକ ଭଳି ଦିଶୁଛି। କିନ୍ତୁ ସେନା ପୋଷାକର ରଙ୍ଗଠାରୁ ଉକ୍ତ ପୋଷାକର ରଙ୍ଗ ଭିନ୍ନ ଅର୍ଥାତ୍ ଅଲିଭ୍ ଗ୍ରିନ୍ ରହିଛି ।
ରାଜ୍ୟସଭା ମାର୍ସାଲ୍ଙ୍କ ପୋଷାକ ବଦଳିଲା
Advertisment
Follow Us