ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ଏସ୍‌ ଜୟଶଙ୍କର

Advertisment
ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ: ଗୁଜରାଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି। ଗତ ସପ୍ତାହରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏହି ପୂର୍ବତନ କୂଟନୀତିଜ୍ଞ ମୋଦୀ ସରକାରଙ୍କ ପ୍ରଥମ ପାଳିରେ ବିଦେଶ ସଚିବ ଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭାକୁ ନିର୍ବାଚିତ ହେବାପରେ ଯଥାକ୍ରମେ ସେମାନଙ୍କ ରାଜ୍ୟସଭା ଆସନରୁ ଇସ୍ତଫା ଦେବାପରେ ଗୁଜରାଟର ୨ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ଦରକାର ପଡ଼ିଥିଲା। ଜୟଶଙ୍କର ଆଜି ଇଂରାଜିରେ ଶପଥ ନେଇଥିଲେ। ଜୟଶଙ୍କର ଶପଥ ନେବା ସମୟରେ ଗୃହମନ୍ତ୍ରୀ ଅମିତ ଶାହ ଗୃହରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe