ରାମ ମନ୍ଦିର ନିର୍ମାଣକୁ କୌଣସି ଶକ୍ତି ଅଟକାଇ ପାରିବ ନାହିଁ: ରାଜନା‌ଥ

ସୀମାରେ ବିପୁଳ ସଂଖ୍ୟକ ସୈନ୍ୟ ଠୁଳ କରିଛି ଚୀନ : ରାଜନାଥ ସିଂ

Image Source: Zee News

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ବିଶ୍ବର କୌଣସି ଶକ୍ତି ଅଟକାଇ ପାରିବ ନାହିଁ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଝାଡ଼ଖଣ୍ଡର ବିଶ୍ରାମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ରାଜନାଥ ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ଐତିହାସିକ ବୋଲି କହିଥିଲେ। ଫ୍ରାନ୍‌ସ ନିକଟରୁ ହାସଲ କରିଥିବା ରାଫେଲ୍‌ ଯୁଦ୍ଧ ବିମାନ ଶତୃପକ୍ଷ ଶିବିରରେ ଆତଙ୍କ ସୃଷ୍ଟି କରିବାର କ୍ଷମତା ରଖିଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ରାଫେଲ୍‌ ଭାରତୀୟ ସେନାର ମନୋବଳ ବୃଦ୍ଧି କରିଛି। ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ଦେଶ ପାଇଁ ବଡ଼ ଉପଲବ୍ଧି। ଦେଶରେ ଦୁଇଟି ସମ୍ବିଧାନ ରହିବ ନାହିଁ ଏବଂ ଦୁଇଟି ଜାତୀୟ ପତାକା ଉତ୍ତୋଳନ ହୋଇପାରିବ ନାହିଁ ବୋଲି ୧୯୫୨ରେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀ କହିଥିଲେ। ଆଜି ତାଙ୍କର ଅଭିଳାଷ ପୂରଣ ହୋଇଛି ବୋଲି ରାଜନାଥ କହିଥି‌ଲେ। ଝାଡ଼ଖଣ୍ଡରେ ବିଜେପି ଉତ୍ତମ ପ୍ରଦର୍ଶନ କରିବ ଏବଂ ‌ଝାଡ଼ଖଣ୍ଡର ଲୋକେ ବିଜେପିକୁ ଭୋଟ୍‌ ଦେବେ ବୋଲି ରାଜନାଥ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe