ରାଷ୍ଟ୍ରପତି ଭବନରେ ଉନ୍ମୋଚିତ ନେତାଜୀଙ୍କ ପ୍ରତିକୃତିକୁ ନେଇ ବିବାଦ

Advertisment
ରାଷ୍ଟ୍ରପତି ଭବନରେ ଉନ୍ମୋଚିତ ନେତାଜୀଙ୍କ ପ୍ରତିକୃତିକୁ ନେଇ ବିବାଦ

ନୂଆଦିଲ୍ଲୀ: ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ଗତ ୨୩ ତାରିଖରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନେତାଜୀଙ୍କର ଏକ ପ୍ରତିକୃତିକୁ ଉନ୍ମୋଚିତ କରିଛନ୍ତି। ତେବେ ସେହି ଚିତ୍ରକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ତୈଳଚିତ୍ରଟି ନେତାଜୀଙ୍କର ନୁହେଁ। ନେତାଜୀଙ୍କ ଜୀବନୀ ଉପରେ ପ୍ରସ୍ତୁତ ଚଳଚ୍ଚିତ୍ର ‘ଗୁମ୍‌ନାମି’ରେ ଅଭିନୟ କରିଥିବା ଅଭିନେତା ପ୍ରସନଜିତ ଚାଟାର୍ଜୀଙ୍କର ପ୍ରତିକୃତି ରାଷ୍ଟ୍ରପତି ଭବନରେ ଅଙ୍କା ଯାଇଛି ବୋଲି କୁହାଯାଇଛି। ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ଏଭଳି ଅଭିଯୋଗ ଆଣିଛନ୍ତି। ତେବେ ଏଭଳି ଅଭିଯୋଗକୁ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଛି।

ବିଜେପି ପକ୍ଷରୁ କୁହାଯାଇଛି ନେତାଜୀ ପରିବାର ସଦସ୍ୟ ପ୍ରଦାନ କରିଥିବା ଫଟୋକୁ ଆଧାର କରି ଖ୍ୟାତିସମ୍ପନ୍ନ ଚିତ୍ରକର ‌ପଦ୍ମଶ୍ରୀ ପରେଶ ମାଇତି ତାହାକୁ ପ୍ରସ୍ତୁତ କରିଛନ୍ତି। ପ୍ରସନଜିତ ଚାଟାର୍ଜୀଙ୍କ ସହିତ ନେତାଜୀଙ୍କ ଫଟୋର କୌଣସି ସାମଞ୍ଜସ୍ୟ ନାହିଁ। ଏ ନେଇ ଅଯଥା ବିବାଦ ସୃଷ୍ଟି କରାଯାଉଛି ବୋଲି ଦଳ କହିଛି। ନେତାଜୀଙ୍କ ଭାଇଙ୍କ ନାତି ତଥା ବିଜେପି ସଦସ୍ୟ ଚନ୍ଦ୍ରକୁମାର ବୋଷ ଏ ନେଇ ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe