ରାହୁଲ, ପ୍ରିୟଙ୍କାଙ୍କୁ ମିରଟ୍‌ରେ ପୂରାଇ ଦେଲାନି ପୁଲିସ, ଦିଲ୍ଲୀ ‌ଫେରି ଆସିଲେ

Advertisment
ରାହୁଲ, ପ୍ରିୟଙ୍କାଙ୍କୁ ମିରଟ୍‌ରେ ପୂରାଇ ଦେଲାନି ପୁଲିସ, ଦିଲ୍ଲୀ ‌ଫେରି ଆସିଲେ

Amar Ujala

ମିରଟ: କଂଗ୍ରେସ ‌ନେତା ରାହୁଲ ଗାନ୍ଧି ଏବଂ କଂଗ୍ରେସ ସାଧାରଣ ସମ୍ପ‌ାଦିକା ପ୍ରିୟଙ୍କ‌ା ଗାନ୍ଧି ଭଦ୍ରା ଆଜି ଉତ୍ତରପ୍ରଦେଶର ମିରଟକୁ ବାହାରିଥିଲେ। ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ମିରଟ୍‌‌ରେ ଯେଉଁମା‌ନେ ପ୍ରାଣ ହରାଇଥିଲେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭେଟିବାପାଇଁ ରାହୁଲ ଏବଂ ପ୍ରିୟଙ୍କା ମିରଟ୍‌ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ ବାଟରେ ପୁଲିସ ସେମାନଙ୍କୁ ଅଟକାଇଥିଲା ଏବଂ ମିରଟ୍‌ରେ ପୂରାଇ ଦେଇନଥିଲା। ପରେ ସେମାନେ ଦିଲ୍ଲୀ ଫେରି ଆସିଥିଲେ। ମିରଟ ଜିଲ୍ଲାର ପରତାରପୁର ଅଞ୍ଚଳରେ ରାହୁଲ ଏବଂ ପ୍ରିୟଙ୍କାଙ୍କ ଗାଡ଼ିକୁ ପୁଲିସ ଅଟକାଇଥିଲା। ରାହୁଲ ସାମ୍ବାଦିକମାନଙ୍କୁ କହିଛନ୍ତି, ସେମାନଙ୍କୁ ଅଟକାଇବାପାଇଁ କୌଣସି ଲିଖିତ ନିର୍ଦ୍ଦେଶ ଅଛି କି ବୋଲି ପୁଲିସକୁ ପଚାରିବାରୁ ପୁଲିସ କୌଣସି ଲିଖିତ ନିର୍ଦ୍ଦେଶ ଦେଖାଇ ନଥିଲା କିନ୍ତୁ ସେମାନଙ୍କୁ ଅଧା ରାସ୍ତାରୁ ଫେରାଇ ଦେଇଥିଲା। ମିରଟରେ ଏବେ ଧାରା ୧୪୪ ଜାରି ହୋଇଛି। ରାଜ୍ୟ କଂଗ୍ରେସ ନେତା ଇମ୍ରାନ ମାସୁଦ୍‌ ଏବଂ ପଙ୍କଜ ମଲ୍ଲିକ ଆଜି ଅପରାହ୍ନରେ ପୀଡ଼ିତ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ରାଜ୍ୟ କଂଗ୍ରେସ ମୁଖପାତ୍ର କହିଛନ୍ତି, ଉଭୟ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧି ଆସନ୍ତାକାଲି ପୁଣିଥରେ ପୀଡ଼ିତଙ୍କ ପରିବାର ସଦସ୍ୟଙ୍କୁ ଭେଟିବାପାଇଁ ଚେଷ୍ଟା କରି‌ବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe