ରାହୁଲଙ୍କ ପରେ ଅମିତ ଶାହ: ଗୁଜରାଟରେ ବିଜେପିର ‘ଗୌରବ ଯାତ୍ରା’ ଆରମ୍ଭ

Advertisment
ରାହୁଲଙ୍କ ପରେ ଅମିତ ଶାହ: ଗୁଜରାଟରେ ବିଜେପିର ‘ଗୌରବ ଯାତ୍ରା’ ଆରମ୍ଭ

ଗାନ୍ଧୀନଗର: ବିଧାନସଭା ନିର୍ବାଚନ ପାଇଁ ଗୁଜରାଟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ନିକଟରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲା ଗାନ୍ଧୀ ଗୁଜରାଟରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବାବେଳେ ଆଜିଠାରୁ ସେଠାରେ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ ପ୍ରଚାର ଆରମ୍ଭ କରିଛନ୍ତି। ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମସ୍ଥାନ କରମସଦରୁ ଶାହ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଏହାର ନାମ ଗୌରବ ଯାତ୍ରା ରଖାଯାଇଛି। ପ୍ରଥମେ ସେଠାରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ଶାହ ପୁଷ୍ପାଞ୍ଜଳି ଦେଇଥିଲେ। ଗତ ଦୁଇ ଦଶକ ମଧ୍ୟରେ ଗୁଜରାଟରେ ହୋଇଥିବା ବିକାଶକୁ ଦଳ ଏହି ଯାତ୍ରାରେ ମୁଖ୍ୟ ପ୍ରସଙ୍ଗ କରିବ। ଗ୍ରାମାଞ୍ଚଳର ୧୪୯ଟି ବିଧାନସଭା କ୍ଷେତ୍ରରେ ଏହି ଯାତ୍ରା ଆସନ୍ତା ଅକ୍ଟୋମ୍ବର ୧୫ ପର୍ଯ୍ୟନ୍ତ ଚାଲିବ। ଗାନ୍ଧୀନଗରଠାରେ ଏହି ଯାତ୍ରାର ସମାପନ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଗୁଜରାଟ ପ୍ରତି କଂଗ୍ରେସର ୩ଟି ପିଢ଼ି ଅନ୍ୟାୟ କରିଛନ୍ତି ବୋଲି ଶାହ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe