Image Courtesy of India Today
ନୂଆଦିଲ୍ଲୀ: ପୁଅ ରାହୁଳ ଗାନ୍ଧୀ କଂଗ୍ରେସ ଦଳର ଭାର ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଥିବାବେଳେ ମାଆ ସୋନିଆ ରାଜନୀତିରୁ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ରାଜନୀତିରୁ ଅବସର ଗ୍ରହଣ କରିବା କଥା ଶୁକ୍ରବାର ଦିନ ପାର୍ଲାମେଣ୍ଟ୍ ବାହାରେ ସାମ୍ବାଦିକମାନଙ୍କୁ କହିଛନ୍ତି ସୋନିଆ ଗାନ୍ଧୀ। ପ୍ରାୟ ୨୦ ବର୍ଷ ଧରି ସେ କଂଗ୍ରେସର ଭାର ସମ୍ଭାଳିଛନ୍ତି। ସବୁଠୁ ଅଧିକ ସମୟ ପାଇଁ କଂଗ୍ରେସର ଅଧ୍ୟକ୍ଷା ପଦରେ ରହିଛନ୍ତି ସୋନିଆ।
ପାର୍ଲାମେଣ୍ଟ୍ର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସୋନିଆ କହିଛନ୍ତି ଯେ ଏବେ ମୋର ରାଜନୀତିରୁ ଅବସର ଗ୍ରହଣ କରିବା ସମୟ ଆସିଛି।
Image Courtesy of HTକଂଗ୍ରେସର ଅଧ୍ୟକ୍ଷ ନିର୍ବାଚିତ ରାହୁଳ ଆସନ୍ତାକାଲି ଔପଚାରିକ ଭାବେ ଦଳର ଦାୟିତ୍ୱ ଗ୍ରହଣ କରିବେ। ଏଥିପାଇଁ ଜାତୀୟ ରାଜଧାନୀରେ ତଳ ତରଫରୁ ବିଶାଳ ପ୍ରସ୍ତୁତି ଆରମ୍ଭ ହୋଇଛି।
ନୂଆଦିଲ୍ଲୀର ଅକବର ରୋଡ୍ ଅନ୍ତର୍ଗତ କଂଗ୍ରେସର ମୁଖ୍ୟାଳୟରେ ଆୟୋଜିତ ହେବାକୁ ଥିବା ଏକ ଅନୁଷ୍ଠାନରେ ରାହୁଳ ଦାୟିତ୍ୱ ଗ୍ରହଣ କରିବେ। ପ୍ରାୟ ୩୦୦୦ ସରିକି ଦଳର ବରିଷ୍ଠ ନେତା ଏବଂ ପ୍ରତିନିଧି ଏହି ଅନୁଷ୍ଠାନରେ ଉପସ୍ଥିତ ରହିବେ। ସେଠାରେ ରାହୁଳଙ୍କୁ ଔପଚାରିକ ଭାବେ ଦାୟିତ୍ୱ ଗ୍ରହଣ କରିବାର ସାର୍ଟିଫିକେଟ୍ ଦିଆଯିବ।
Follow Us