ରେଳ ଚାକିରି ଆଶାୟୀମାନେ ନିଆଁ ଲଗାଇଦେଲେ ଟ୍ରେନରେ

Advertisment
ରେଳ ଚାକିରି ଆଶାୟୀମାନେ ନିଆଁ ଲଗାଇଦେଲେ ଟ୍ରେନରେ

ପାଟନା: ଏନଟିପିସି ବର୍ଗ ପାଇଁ ରେଳ ନିଯୁକ୍ତି ବୋର୍ଡ ଦ୍ୱାରା କରାଯାଇଥିବା ପରୀକ୍ଷାରେ ଅସଙ୍ଗତି ଅଭିଯୋଗରେ ବିହାରରେ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଶାନ୍ତି ତୀବ୍ର ହୋଇଛି। ଅଶାନ୍ତିର ତୃତୀୟ ଦିନ ପାଳନ କରି ବୁଧବାର ଦୁଇଟି ଷ୍ଟେସନରେ ଟ୍ରେନରେ ନିଆଁ ଲଗାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅସନ୍ତୁଷ୍ଟ ଚାକିରି ଆଶାୟୀ ଗୋଷ୍ଠୀ।
ରେଳ ନିଯୁକ୍ତି ବୋର୍ଡ ଦ୍ୱାରା କରାଯାଇଥିବା ପରୀକ୍ଷାରେ ଅସନ୍ତୁଷ୍ଟ ଥିବା ଚାକିରି ଆଶାୟୀ ଗୋଷ୍ଠୀ ବୁଧବାର ଗୟା ଜଙ୍କସନ ଉପରେ ଆକ୍ରମଣ କରି ସ୍ଲୋଗାନ ଦେଇଥିଲେ ଏବଂ ଭଭୁଆ-ପାଟନା ଇଣ୍ଟର ସିଟି ଏକ୍ସପ୍ରେସରେ ନିଆଁ ଲଗାଇ ଦେଇଥିଲେ। ଯଦିଓ ଏହି ଘଟଣାରେ କେହି ଆହତ ହୋଇ ନଥିଲେ, ତେବେ ବହୁ ମୂଲ୍ୟବାନ ସଂପତ୍ତି ନିଆଁରେ ପୋଡ଼ି ଯାଇଥିଲା।

ପୂର୍ବ କେନ୍ଦ୍ରୀୟ ରେଳବାଇ ସିପିଆରଓ ରାଜେଶ କୁମାର ଗଣମାଧ୍ୟମକୁ କହିଛନ୍ତି, ଦୁର୍ବୃତ୍ତମାନେ କୋଚରେ ନିଆଁ ଲଗାଇବା ସମୟରେ ରେକ୍‌ ଖାଲି ଥିଲା ଏବଂ ଷ୍ଟେସନ ୟାର୍ଡ ଭିତରେ ପାର୍କିଂ କରାଯାଇଥିଲା। ତେବେ, ଏହି ଘଟଣା ପରେ ରେଳ ଯାତାୟାତରେ କୌଣସି ପ୍ରକାରର ବାଧା ସୃଷ୍ଟି ହୋଇିନାହିଁ।

ଗୟା ଏସଏସପି ଆଦିତ୍ୟ କୁମାର କହିଛନ୍ତି ଯେ ଏହି ଘଟଣାରେ ସଂପୃକ୍ତ ଥିବା କିଛି ଆନ୍ଦୋଳନକାରୀଙ୍କୁ ହେପାଜତକୁ ନିଆଯାଇଛି। ଆମେ ଗୟା ଜଙ୍କସନର ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛୁ। କିଛି ବିକ୍ଷୋଭକାରୀଙ୍କୁ ହେପାଜତକୁ ନିଆଯାଇଛିଯ। ଅଗ୍ନିକାଣ୍ଡରେ ସଂପୃକ୍ତ ବିକ୍ଷୋଭକାରୀଙ୍କୁ ଚିହ୍ନଟ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁମାର କହିଛନ୍ତି।

ସିପିଆରଓ କହିଛି ଯେ ପାଟନା ଉପକଣ୍ଠରେ ଥିବା ତାରେଗାନା ଏବଂ ଜହାନାବାଦରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ଯଦିଓ ସେଠାରେ ଆନ୍ଦୋଳନକାରୀମାନଙ୍କୁ ବୀନା ବାଧାରେ ଶାନ୍ତ କରି ଦିଆଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି, ରେଳବାଇ ବିକ୍ଷୋଭକାରୀମାନଙ୍କୁ ଶାନ୍ତ ରହିବାକୁ ଏବଂ ସେମାନଙ୍କ ବିରୋଧ ଓ ଅସନ୍ତୋଷକୁ ଅନୁଧ୍ୟାନ କରିବା ପାଇଁ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ସମ୍ମୁଖରେ ସେମାନଙ୍କର ଅଭିଯୋଗ ରଖିବାକୁ ଅନୁରୋଧ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe