କକ୍ସ ବଜାର(ବାଂଲାଦେଶ): ମିଅାଁମାରରୁ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ବାଂଲାଦେଶ ଅଭିମୁଖେ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ବୁଡ଼ି ଯିବା ଫଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ଶିଶୁ ଏବଂ ୪ ଜଣ ମହିଳା ଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ, ରୋହିଙ୍ଗ୍ୟାମାନେ ଯାଉଥିବା ଡଙ୍ଗାଟି ଏକ ଛୋଟ ମାଛଧରା ବୋଟ୍ ଥିଲା। ଏଥିରେ ପାଖାପାଖି ୧୨୦ ରୋହିଙ୍ଗ୍ୟା ଶରଣାର୍ଥୀ ରହିଥିଲେ। ସ୍ଥାନୀୟ ପୁଲିସ ମାତ୍ର ୧୮ଜଣଙ୍କୁ ସମୁଦ୍ରରୁ ଉଦ୍ଧାର କରିଥିବାରୁ ମୃତ୍ୟୁସଂଖ୍ୟା ବହୁ ଅଧିକ ହେବା ଆଶଙ୍କା ଆଶଙ୍କା କରାଯାଉଛି।
ରୋହିଙ୍ଗ୍ୟାଙ୍କ ଡଙ୍ଗା ବୁଡ଼ି ୧୪ ମୃତ
Advertisment
Follow Us