Image Courtesy of Hindustan Times
ଲଣ୍ଡନ୍: ଯୁବରାଜ ହ୍ୟାରି ଏବଂ ତାଙ୍କ ପତ୍ନୀ ମେଘାନ୍ ଆଉ ‘ରୟାଲ୍ ହାଇନେସ୍’ ଟାଇଟଲ୍ ବ୍ୟବହାର କରିବେ ନାହିଁ ବୋଲି ଶନିବାର ଦିନ ବକିଙ୍ଗ୍ହାମ୍ ପାଲେସ୍ କହିଛି। ‘୨୦୨୦ ବସନ୍ତଋତୁ’ରେ କାର୍ଯ୍ୟକାରୀ ହେବାକୁ ଥିବା ନୂତନ ବ୍ୟବସ୍ଥା ଅନୁସାରେ, ହ୍ୟାରି ଓ ମେଘାନ୍ ରାଜ ପରିବାରର କାର୍ଯ୍ୟକାରୀ ସଦସ୍ୟ ରହିବେ ନାହିଁ।
ହ୍ୟାରି ‘ଡ୍ୟୁକ୍ ଅଫ୍ ସସେସ୍’ ଏବଂ ମେଘାନ୍ ‘ଡଚେସ୍ ଅଫ୍ ସସେସ୍’ର ଭାବେ ପରିଚିତ ହେବେ। ସେମାନେ ସେମାନଙ୍କ ନାମ ପୂର୍ବରୁ ‘ହିଜ୍ ରୟାଲ୍ ହାଇନେସ୍’ କିଂବା ‘ହର୍ ରୟାଲ୍ ହାଇନେସ୍’ ବ୍ୟବହାର କରିବେ ନାହିଁ। କିନ୍ତୁ, ଏହି ଟାଇଟଲ୍ରୁ ସେମାନଙ୍କୁ ବଞ୍ଚିତ କରାଯାଇ ନାହିଁ। ହ୍ୟାରି ଯୁବରାଜ ତଥା ବ୍ରିଟିସ୍ ସିଂହାସନର ଷଷ୍ଠ ଦାୟଦ ଭାବେ ରହିବେ।
Image Courtesy of Zee Newsବକିଙ୍ଗ୍ହାମ୍ ପାଲେସ୍ ତରଫରୁ କୁହାଯାଇଛି କି, ଓ୍ଵିନ୍ସର୍ କ୍ୟାସ୍ଲ୍ ନିକଟରେ ଥିବା ସେମାନଙ୍କର ଘର ନବୀକରଣ ବାବଦରେ ଖର୍ଚ୍ଚ ହୋଇଥିବା ୨. ୪ ମିଲିୟନ୍ ପାଉଣ୍ଡ୍ ସର୍ବସାଧାରଣଙ୍କ ଅର୍ଥ ଦୁହେଁ ପରିଶୋଧ କରିବେ।
ଶନିବାର ଦିନ ରାଣୀ ଦ୍ୱିତୀୟ ଏଲିଜାବେଥ୍ ଏକ ବିବୃତ୍ତିରେ କହିଛନ୍ତି ଯେ ମୋ ନାତି ଏବଂ ତା’ ପରିବାର ନିମନ୍ତେ ଗୋଟାଏ ଅନୁକୂଳ ଉପାୟ କରିପାରିଥିବାରୁ ଆମେ ଆନନ୍ଦିତ। ହ୍ୟାରି, ମେଘାନ୍ ଓ ଆର୍କି ସବୁଦିନେ ମୋ ପରିବାରର ଶ୍ରଦ୍ଧେୟ ସଦସ୍ୟ ହୋଇ ରହିଥିବେ।
Follow Us