ଲୁହାନସ୍କ‌ରେ ବିଜୟ ଘୋଷଣା କଲେ ପୁଟିନ

Advertisment
ଲୁହାନସ୍କ‌ରେ ବିଜୟ ଘୋଷଣା କଲେ ପୁଟିନ

Image Courtesy of Sky News

କିବ୍‌: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଦିନ ପୂର୍ବ ୟୁକ୍ରେନ୍‌ର ଲୁହାନସ୍କ ଅଞ୍ଚଳରେ ବି‌ଜୟ ଘୋଷଣା କରିଛନ୍ତି। ରୁଷ୍‌ ବାହିନୀ ଲୁହାନସ୍କ ଅଞ୍ଚଳକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିନେଇଛନ୍ତି ବୋଲି ରୁଷ୍‌ ପ୍ରତିରକ୍ଷା ମନ୍ତ୍ରୀ ସରଗେୟି ସୋଇଗୁ ଆଜି ପୁଟିନଙ୍କୁ ସୂଚନା ଦେବାପରେ ପୁଟିନ ଲୁହାନସ୍କରେ ବିଜୟ ଘୋଷଣା କରିଛନ୍ତି। ସୋଇଗୁ କହିଛନ୍ତି, ୟୁକ୍ରେନ୍‌ ଦଖଲରେ ଥିବା ଲୁହାନସ୍କର ଶେଷ ଅଞ୍ଚଳ ଲିସିଚାନସ୍କକୁ ରୁଷ୍‌ ବାହିନୀ ଦଖଲ କରିବା ସହ ଏଠାରେ ଅପରେସନ ଶେଷ ହୋଇଛି। ଅନ୍ୟପକ୍ଷେ ପୁଟିନ ବିଜୟ ଘୋଷଣା କରିବା ସହ କହିଛନ୍ତି, ଲୁହାନସ୍କରେ ଯୁଦ୍ଧରେ ଯୋଗ ଦେଇ ଯେଉଁମାନେ ବିଜୟୀ ହୋଇଛନ୍ତି ସେମାନେ ଏବେ ବିଶ୍ରାମ ନେବା ଉଚିତ୍‌ ଏବଂ ନିଜର ଯୁଦ୍ଧ ଦକ୍ଷତାକୁ ଆହୁରି ବଢ଼ାଇବା ଉଚିତ୍‌। ରୁଷ୍‌ ବ‌ାହିନୀ ଲୁହାନସ୍କ ଦଖଲ କରିବାପରେ ପୂର୍ବ ୟୁକ୍ରେନ୍‌ରେ ଆକ୍ରମଣ ଜୋରଦାର କରିଛନ୍ତି।

ଇତି ମଧ୍ୟରେ ୟୁକ୍ରେନ୍‌ ସେନାବାହିନୀ ସ୍ପଷ୍ଟ କରି କହିଛି ଯେ, ଲିସିଚାନସ୍କରୁ ଏହାର ସୈନିକମାନେ ସମ୍ପୂର୍ଣ୍ଣ ଓହରି ସାରିଛନ୍ତି। ରୁଷ୍‌ ମଧ୍ୟ ଡୋନବାସର ଦ୍ବିତୀୟ ପ୍ରଦେଶ ଡୋ‌ନେସ୍କକୁ ଅଧା ନିୟନ୍ତ୍ରଣ କରି ସାରିଛି। ରୁଷ୍‌ ସେନା ଏବେ ଡୋନେସ୍କ ଅଞ୍ଚଳର ସ୍ଲୋଭିଆନସ୍କ ଏବଂ କ୍ରାମାଟର୍ସ୍କରେ ଜୋରଦାର ଗୋଳାବର୍ଷା କରିଛନ୍ତି। ରୁଷ୍‌ ଗୋଳାବର୍ଷା ଯୋଗୁଁ ରବିବାର ଦିନ ସ୍ଲୋଭିଆନସ୍କରେ ଜଣେ ୯ ବର୍ଷର ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। କ୍ରାମାଟର୍ସ୍କରେ ରବିବାର ରାତିରେ ଅନବରତ ଗେଳାବର୍ଷା ହୋଇଛି। ସେହିପରି ଡୋ‌ନେସ୍କର ସିଭର୍ସ୍କ, ଫେଡୋରିବକା ଏବଂ ବଖମୁଟ ଉପରେ ଏବେ ରୁଷ୍‌ ଫୋକସ୍‌ କରିଛି। ୟୁକ୍ରେନ ଯୁଦ୍ଧରେ ସମଗ୍ର ଡୋନବାସକୁ ଦଖଲ କରିବା ପୁଟିନଙ୍କର ଏକ ପ୍ରମୁଖ ଲକ୍ଷ୍ୟ ଥିଲା। ଏବେ ପୁଟିନ ତାଙ୍କର ଏହି ଲକ୍ଷ୍ୟ ହାସଲ କରିବାପାଇଁ ଅଗ୍ରସର ହେଉଛନ୍ତି। ଲୁହାନସ୍କକୁ ସମ୍ପୂର୍ଣ୍ଣ ଦଖଲ କରିବା ପୁଟିନଙ୍କ ପାଇଁ ଏକ ବଡ଼ ସଫଳତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe