ସଂଶୋଧିତ ମୂଲ୍ୟ ସହ କୋଭାକ୍ସିନ ଓ କୋଭିସିଲ୍ଡର ୬୬କୋଟି ଡୋଜ କିଣିବ କେନ୍ଦ୍ର

ସଂଶୋଧିତ ମୂଲ୍ୟ ସହ କୋଭାକ୍ସିନ ଓ କୋଭିସିଲ୍ଡର ୬୬କୋଟି ଡୋଜ କିଣିବ କେନ୍ଦ୍ର

India TV News

ନୂଆଦିଲ୍ଲୀ: ଟିକା ନେଇ ସବୁଠୁ ବଡ଼ ଅର୍ଡର ଦେଲେ କେନ୍ଦ୍ର ସରକାର । ୧୪ ହଜାର ୫୦୫ କୋଟି ଟଙ୍କାର ୬୬ କୋଟି ଡୋଜ୍ ପାଇଁ ବରାଦ ଦେଇଛନ୍ତି କେନ୍ଦ୍ର ସରକାର। ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ୍ ଡୋଜ୍ ପାଇଁ ଏହି ଅର୍ଡର ଦିଆଯାଇଛି | ତେବେ ୬୬ କୋଟି ଡୋଜ୍ କ୍ରୟ ପାଇଁ ମୂଲ୍ୟ ସଂଶୋଧନ କରାଯାଇଛି | ଟିକସକୁ ବାଦ ଦେଇ କୋଭିସିଲ୍ଡକୁ ଡୋଜ ୨୦୫ଟଙ୍କା ଓ କୋଭାକ୍ସିନକୁ ୨୧୫ଟଙ୍କାରେ କିଣାଯିବ |

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ୩୭.୫ କୋଟି କୋଭିସିଲ୍ଡ ଡୋଜ ଏବଂ ଭାରତ ବାୟୋଟେକରୁ ୨୮.୫ କୋଟି କୋଭାକ୍ସିନ ଡୋଜ ଡିସେମ୍ବର ସୁଦ୍ଧା କ୍ରୟ କରାଯିବ ବୋଲି ଜଣାପଡ଼ିଛି |

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଉଭୟ ଡୋଜ ୧୫୦ଟଙ୍କାରେ କ୍ରୟ କରୁଥିବା ବେଳେ ନୂତନ କରୋନା ଟିକା କ୍ରୟ ନୀତି ଜୁନ୍ ୨୧ରୁ ଲାଗୁ ହେବା ପରେ ଏହାର ମୂଲ୍ୟ ସଂଶୋଧନ କରାଯାଇଛି। ନୂତନ ନୀତି ଅନୁଯାୟୀ, ଦେଶରେ ଔଷଧ ଉତ୍ପାଦନକାରୀଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ୭୫ ପ୍ରତିଶତ ଟିକା ମନ୍ତ୍ରାଳୟ କ୍ରୟ କରିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe