ସାଧ୍ୱୀ ଦୁଷ୍କର୍ମ ମାମଲା: ସିବିଆଇ କୋର୍ଟ ରାୟ ବିରୋଧରେ ହାଇକୋର୍ଟରେ ରାମରହିମ

Advertisment

Ram Rahim knock the door of High court

Ram Rahim knock the door of High court

ସାଧ୍ୱୀ ଦୁଷ୍କର୍ମ ମାମଲା: ସିବିଆଇ କୋର୍ଟ ରାୟ ବିରୋଧରେ ହାଇକୋର୍ଟରେ ରାମରହିମ

ନୂଆଦିଲ୍ଲୀ: ସାଧ୍ୱୀ ଦୁଷ୍କର୍ମ ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ଗତମାସରେ ଦୋଷୀ ସାବ୍ୟସ୍ତ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମରହିମ ଏହି ରାୟ ବିରୋଧରେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଆବେଦନ କରିଛନ୍ତି। ଶାରୀରିକ ସମ୍ପର୍କ ରକ୍ଷା ପାଇଁ ସେ ଅକ୍ଷମଥିବାରୁ ତାଙ୍କ ବିରୋଧରେ ହୋଇଥିିବା ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି ସେ ଏଥିରେ ଦର୍ଶାଇଛନ୍ତି। ଏହି ମାମଲାରେ ରାମରହିମ ୨୦ ବର୍ଷ ଜେଲ୍‌ଦଣ୍ଡ ଓ ୩୦ ଲକ୍ଷ ଟଙ୍କା ଜୋରିମାନା ଆଦେଶ ପାଇ ଏବେ ରୋହତକ ଜିଲ୍ଲାର ସୁନାରିଆ ଜେଲ୍‌ରେ କଏଦୀ ଜୀବନ ବିତାଉଛନ୍ତି।
୧୫ବର୍ଷ ତଳେ ରାମରହିମ ଡେରା ଆଶ୍ରମରେ ଦୁଇ ସାଧ୍ୱୀଙ୍କୁ ଦୁଷ୍କର୍ମ କରିଥିଲେ। ଗତ ସେପ୍ଟେମ୍ବର ୨୫ରେ ପଞ୍ଚକୁଳ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାରୁ ରାମରହିମଙ୍କ ଅନୁଗାମୀମାନେ ପ୍ରବଳ ହିଂସା ଘଟାଇଥିଲେ। ଏଥିରେ ୩୮ଜଣ ପ୍ରାଣ ହରାଇଥିଲେ ଓ କୋଟି କୋଟି ଟଙ୍କାର ସମ୍ପତ୍ତି ପାଉଁଶ ପାଲଟିଥିଲା। ରାମ ରହିମଙ୍କ ଦୁଷ୍କର୍ମ ନେଇ ଜଣେ ସାଧ୍ୱୀ ୨୦୦୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଚିଠି ଲେଖିଥିଲେ। ପଞ୍ଜାବ ଓ ହରିଆଣା ହାଇକୋର୍ଟ ଏହାକୁ ନିଜ ପକ୍ଷରୁ ବିଚାର ପାଇଁ ଗ୍ରହଣ କରି ରାମରହିମଙ୍କ ବିରୋଧରେ ଯୌନ ଶୋଷଣ ମାମଲା ରୁଜୁ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ୨୦୦୮ରେ ତାଙ୍କ ବିରୋଧରେ ଧାରା ୩୭୬(ଦୁଷ୍କର୍ମ) ଓ ୫୦୬(ଭୟଭୀତ କରାଇବା) ଅଭିଯୋଗରେ ତଦନ୍ତ ଆରମ୍ଭ ହୋଇଥିଲା। ଏହାଛଡ଼ା ତାଙ୍କର ଅପରାଧିକ ଆଚରଣ ନେଇ ତଥ୍ୟ ପ୍ରକାଶ କରିଥିବା ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ଓ ଜଣେ ଅନୁଗାମୀ ରଣଜିତ ସିଂହଙ୍କୁ ହତ୍ୟା କରିଥିବା ଅଭିଯୋଗରେ ରାମରହିମଙ୍କ ବିରୋଧରେ ବିଚାର ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe