ସିଓପି ୨୭ରେ ଭାରତୀୟ ପାଭିଲିୟନକୁ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

Advertisment
ସିଓପି ୨୭ରେ ଭାରତୀୟ ପାଭିଲିୟନକୁ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

ThePrint

ନୂଆଦିଲ୍ଲୀ : କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ୟୁଏନ୍‌ଏଫ୍‌ସିସିସି (ସିଓପି-୨୭)ଠାରେ ଭାରତୀୟ ପାଭିଲିୟନକୁ ଉଦ୍‌ଘାଟନ କରିଛନ୍ତି। ସିଓପି-୨୭ ସମ୍ମିଳନୀ ଆଜିଠାରୁ ଇଜିପ୍ଟର ଶର୍ମଏଲଶେଖଠାରେ ଆରମ୍ଭ ହୋଇଛି। ଜଳବାୟୁ ପରିବର୍ତ୍ତନକୁ ନେଇ ମିଳିତ ଜାତିସଂଘ ସଦସ୍ୟ ଦେଶମାନଙ୍କର ସମ୍ମିଳନୀ ବା ସିଓପି-୨୭ ରବିବାରଠାରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ଭାରତୀୟ ପାଭିଲିୟନକୁ ସବୁ ରାଷ୍ଟ୍ରର ପ୍ରତିନିଧିମାନଙ୍କୁ ସ୍ବାଗତ ଜଣାଇ ଯାଦବ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାର ସମାଧାନ ପାଇଁ ଏକ ସରଳ ସମାଧାନ ଦେଇଛନ୍ତି। ସେ କହିଛନ୍ତି, ଭାରତର ବିଚାର ହେଉଛି ତୃଣମୂଳ ଓ ବ୍ୟକ୍ତିଗତ ସ୍ତରରୁ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା। ତେଣୁ ଭାରତୀୟ ପାଭିଲିୟନର ବିଷୟବସ୍ତୁ ରଖାଯାଇଛି ଲାଇଫ- ପରିବେଶ ପାଇଁ ଜୀବନଶୈଳୀ। ଏହି ଅବସରରେ ଶ୍ରୀ ଯାଦବ ସିଓପି ଯୁବ ଗବେଷକମାନଙ୍କୁ ସମ୍ମାନିତ କରିଥିଲେ। ଏହି ଭାରତୀୟ ଗବେଷକମାନେ ସକାରାତ୍ମକ ଜଳବାୟୁ ପରିବର୍ତ୍ତନ ସମାଧାନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe