ସିଓଲ: କରୋନା ସଂକ୍ରମଣରେ ପୀଡିତ ହୋଇ ଡାକ୍ତରଖାନାରୁ ସୁସ୍ଥ ହେବା ପରେ ବି ପୁଣି ଲେଉଟିଛି କରୋନା | ଦକ୍ଷିଣ କୋରିଆରେ ଏହିପରି ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯେଉଁମାନଙ୍କ ପାଖରେ କରୋନା ପଜିଟିଭ ଥିବାର ଜଣାପଡିଛି । ସୋମବାର ପର୍ଯ୍ୟନ୍ତ, ଏପରି ୧୧୬ ଟି ମାମଲା ସାମ୍ନାକୁ ଆସିଛି, ଯେଉଁମାନେ ପୂର୍ବରୁ କରୋନା କବଳରେ ପଡି ସୁସ୍ଥ ହୋଇଥିଲେ |
ରୋଗୀମାନେ କିପରି ପୁନର୍ବାର ସଂକ୍ରମିତ ହେଲେ ସ୍ୱାସ୍ଥ୍ୟ ଅଧିକାରୀମାନେ ବର୍ତ୍ତମାନ ଅନୁସନ୍ଧାନ କରୁଛନ୍ତି। ଏହାକୁ ନେଇ କୋରିଆର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏବଂ ପ୍ରିଭେନସନର ନିର୍ଦ୍ଦେଶକ ଜୋଙ୍ଗ ଇନ୍ କାଇଙ୍ଗ କହିଛନ୍ତି ଯେ ରୋଗୀଙ୍କୁ ପୁନଃସଂକ୍ରମଣ ପଛରେ ଭୂତାଣୁ ପୁନର୍ବାର ସକ୍ରିୟ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।
ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ ଏଭଳି ହେବା ପଛରେ କଣ କାରଣ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାକୁ ନେଇ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଯାଞ୍ଚ କରୁଛି | ସଂଗଠନର କହିବା ଅନୁଯାୟୀ ଏହା ଏକ ନୂଆ ଧାରା, ଏହା ବିଷୟରେ ଅଧିକ ତଥ୍ୟ ଆବଶ୍ୟକ।
Follow Us