Image Courtesy of India Today
ନୂଆଦିଲ୍ଲୀ: ସେ ମୋ ପୁଅ ନୁହେଁ, ମୋଦୀଙ୍କ ପୁଅ ବୋଲି ୟୁକ୍ରେନ୍ ଫେରନ୍ତା ପୁଅକୁ ପାଇ ଭାବବିହ୍ବଳ ହୋଇ ଛଳଛଳ ଆଖିରେ କହିପକାଇଛନ୍ତି କଶ୍ମୀର ବାସିନ୍ଦା ସଞ୍ଜୟ ପଣ୍ଡିତ।
ୟୁକ୍ରେନ୍ର ସୁମି ଫସି ରହିଯାଇଥିବା ପୁଅକୁ ଉଧାର କରି ଆଣିଥିବା ସରକାରଙ୍କୁ ଧନ୍ୟବାଦ ଜଣାଇ ପଣ୍ଡିତ କହିଲେ, ସୁମିରେ ଯେଭଳି ପରିସ୍ଥିତି ପୁଅ ଯେ, ଆଉ ଫେରିବ, ମୋର ଆଶା ନ ଥିଲା। ସରକାରଙ୍କ ନିକଟରେ ମୁଁ କୃତଜ୍ଞ।
ପିଲାମାନଙ୍କୁ ଦେଖିବେ ବୋଲି ୫/୬ ଘଣ୍ଟା ହେବ ଅପେକ୍ଷା କରିଥିବା ପିତାମାତାଙ୍କୁ ଛାତ୍ରଛାତ୍ରୀମାନେ ଦିଲ୍ଲୀ ବିମାନ ବନ୍ଦର ବାହାରକୁ ଆସି କୋଳାଗ୍ରତ କରିବା ବେଳେ ବଡ଼ ଆବେଗମୟ ପରିସ୍ଥିତି ସୃଷ୍ଟି ହୋଇଥିଲା।
Image Courtesy of Lokmat.comଲୁହ ଛଳଛଳ ଆଖିରେ ଅନେକ ପିତାମାତା ଏବଂ ପରିବାରର ସଦସ୍ୟମାନେ ମିଷ୍ଟାନ୍ନ ବଣ୍ଟନ କରିବା ସହ ପିଲାମାନଙ୍କୁ ଫୁଲହାର ପିନ୍ଧାଇ ଦେଇଥିଲେ। ଆଉ କେତେକ ଫୁଲତୋଡ଼ା ଦେଇ ପିଲାମାନଙ୍କୁ କୋଳାଇ ନେଇଥିଲେ।
କେତେକ ପରିବାରର ସଦସ୍ୟମାନେ ‘ଭାରତ ମାତାକୀ ଜୟ’ ଏବଂ ‘ମୋଦୀ ଥିଲେ ସବୁ ସମ୍ଭବ’ ଆଦି ସ୍ଲୋଗାନ୍ ଦେଇଥିଲେ।
ସୂଚନାଯୋଗ୍ୟ, ୩ଟି ବିମାନରେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ସମେତ ୬୭୪ଜଣ ଭାରତୀୟଙ୍କୁ ଯୁଦ୍ଧ-ପ୍ରପୀଡ଼ିତ ୟୁକ୍ରେନ୍ର ଉତ୍ତରପୂର୍ବାଞ୍ଚଳରେ ଅବସ୍ଥିତ ସୁମିରୁ ଆସି ଦିଲ୍ଲୀରେ ଅବତରଣ କରିଥିଲେ।
Follow Us