ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ପାଇଁ ଅନୁରୋଧ କରିନାହାନ୍ତି ଓଡ଼ିଶା ସରକାର: କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର

Advertisment
ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ପାଇଁ ଅନୁରୋଧ କରିନାହାନ୍ତି ଓଡ଼ିଶା ସରକାର: କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର

image source-scroll.in

ନୂଆଦିଲ୍ଲୀ: ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ପାଇଁ ଓଡ଼ିଶା ସରକାର ଅନୁରୋଧ କରିନାହାନ୍ତି। ଏଥିଲାଗି କେବଳ ଆନ୍ଧ୍ରପ୍ରଦେଶ, ଗୋଆ, ମଣିପୁର ଏବଂ ନାଗାଲାଣ୍ଡ ରାଜ୍ୟ ସରକାର ଅନୁରୋଧ କରିଛନ୍ତି।
ଆଜି ସଂସଦରେ ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝି ଓଡ଼ିଶା ସମେତ କେଉଁ ରାଜ୍ୟମାନେ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଯୋଗାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ବୋଲି କରିଥିବା ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର।
ବ୍ୟୟ ବିଭାଗ, ଅର୍ଥ ମନ୍ତ୍ରଣାଳୟ ଆନ୍ଧ୍ରପ୍ରଦେଶ, ଗୋଆ, ମଣିପୁର ଏବଂ ନାଗାଲାଣ୍ଡ ରାଜ୍ୟଗୁଡ଼ିକରୁ ଅନୁରୋଧ ଗ୍ରହଣ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ସ୍ୱତନ୍ତ୍ର ବିକାଶ ଅଧୀନରେ ରାଜ୍ୟର ପଛୁଆ ଅଞ୍ଚଳ ପାଇଁ ୭୦୦କୋଟି ଟଙ୍କାର ପ୍ୟାକେଜ୍ ଦେବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।
ଅପରପକ୍ଷରେ ଗୋଆ ରାଜ୍ୟ ସରକାର ପର୍ତ୍ତୁଗିଜ୍ ଶାସନରୁ ମୁକ୍ତି ହୀରକ ଜୟନ୍ତୀ ଉତ୍ସବ ପାଇଁ ୫୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଦାବି କରିଛନ୍ତି। ମଣିପୁର ରାଜ୍ୟ ସରକାର ୧୪, ୫୬୭ କୋଟି ଟଙ୍କା ବିଶିଷ୍ଟ ଏକ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍ ମାଗିଛନ୍ତି। ଠିକ୍ ସେହିପରି ନାଗାଲାଣ୍ଡ ରାଜ୍ୟ ସରକାର ୭୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।
କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆହୁରି ମଧ୍ୟ କହିଛନ୍ତି, ଯୋଜନାର ମାର୍ଗଦର୍ଶିକାକୁ ଅନୁସରଣ କରି କେନ୍ଦ୍ର ସରକାର ରାଜ୍ୟର ଅନୁରୋଧକୁ ଯାଞ୍ଚ କରନ୍ତି। ଉତ୍ସର ସମ୍ବଳ ଉପଲବ୍ଧତା ଅନୁଯାୟୀ ଅନୁଦାନ/ସହାୟତା ରାଜ୍ୟ ସରକାରମାନଙ୍କୁ ଦେଇଥାନ୍ତି ।
ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଆଇନ, ୨୦୧୪ ଅନୁଯାୟୀ, ନୀତି ଆୟୋଗର ସୁପାରିଶ କ୍ରମେ ଆନ୍ଧ୍ର ପ୍ରଦେଶ ରାଜ୍ୟକୁ ପାଣ୍ଠି ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe