ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପରିବହନ ବିମାନ 'ସାରସ'ର ସଫଳ ଉଡ଼ାଣ

Advertisment
ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପରିବହନ ବିମାନ 'ସାରସ'ର ସଫଳ ଉଡ଼ାଣ

ନୂଆଦିଲ୍ଲୀ : ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ପରିବହନ ବିମାନ ‘ସାରସ’ ତାର ଦ୍ୱିତୀୟ ପରୀକ୍ଷାମୂଳକ ଉଡ଼ାଣ ସଫଳତାର ସହ ସଂପୂର୍ଣ୍ଣକରିଛି । ଏହାକୁ ଭାରତୀୟ ଏରୋନୋଟିକ୍ସ ଲାବରୋଟୋରୀ ପକ୍ଷରୁ ନିର୍ମାଣ କରାଯାଇଛି । ଭାରତୀୟ ବାୟୁ ସେନାର ୱିଙ୍ଗ୍ କମାଣ୍ଡର ୟୁ ପି ସିଂହ, ଗ୍ରୁପ୍ କ୍ୟାପଟେନ୍ ଆର ଭି ପାନିକର ଏବଂ ଗ୍ରୁପ୍ କ୍ୟାପଟେନ୍  କେ ପି ଭଟ୍ଟ ତଥାସିଷ୍ଟମ ଟେଷ୍ଟିଂ ଏଷ୍ଟାବ୍ଲିଶମେଣ୍ଟ ହାଲର ବେଙ୍ଗାଲୁରୁସ୍ଥିତ ବିମାନବନ୍ଦରରୁ ଏହି ପରୀକ୍ଷାମୂଳକ ବିମାନ ଉଡ଼ାଣ ସଂପାଦନ କରିଥିଲେ ।

୨୦ଟି ପରୀକ୍ଷାମୂଳକ ଉଡ଼ାଣ ମଧ୍ୟରୁ ଏହା ଥିଲା ଦ୍ୱିତୀୟ ଉଡ଼ାଣ । ସାରସ ପିଟିଆଇଏନର ଭବିଷ୍ୟତରେ ମଧ୍ୟ ଏଭଳି ପରୀକ୍ଷାମୂଳକ ଉଡ଼ାଣସଂପନ୍ନ କରାଯିବ । ୨୦ଥର ଉଡ଼ାଣ ପରେ ଏହାର ପରୀକ୍ଷାମୂଳକ ଉତ୍ପାଦନ ବନ୍ଦ କରାଯିବ । ଚଳିତ ବର୍ଷ ଜାନୁଆରୀ ୨୪ ତାରିଖ ଦିନ ଏହାର ପ୍ରଥମ ପରୀକ୍ଷା ମୂଳକ ଉଡ଼ାଣ ସଂପାଦନ କରାଯାଇଥିଲା । ସିଏସଆଇଆର- ଜାତୀୟ ଏରୋସ୍ପେସ୍ ପରୀକ୍ଷାଗାର, ଏନଏଏଲର ମିଳିତସହଯୋଗରେ ଏହି ବିମାନର ଡ଼ିଜାଇନ୍ ଓ ବିକାଶ ଘଟାଯାଇଛି । ଚଳିତ ବର୍ଷ ଜୁନ୍- ଜୁଲାଇ ମାସ ସୁଦ୍ଧା ଏହାର ବାସ୍ତବ ଉତ୍ପାଦନ ମଡ଼େଲ କାର୍ଯ୍ୟସଂପୂର୍ଣ୍ଣ ହେବାର ଆଶା କରାଯାଉଛି । ୨୦୦୯ ମସିହାରେ ଏକ ପରୀକ୍ଷାମୂଳକ ଉଡ଼ାଣ ବେଳେ ଦୁର୍ଘଟଣା ଘଟିବାରୁ ପୂର୍ବତନ ସରକାର ଏହି ପ୍ରକଳ୍ପକୁ ବନ୍ଦ ରଖିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe