୧୨-୧୮ ବୟସ ଗୋଷ୍ଠୀ ପାଇଁ ରୁଷର ସ୍ପୁଟନିକ୍‌-ଏମ୍‌ ଟିକାକୁ ଭାରତ ଆଣିବାକୁ ଚେଷ୍ଟା କରୁଛି ଡକ୍ଟର ରେଡ୍ଡୀ ଲାବୋରେଟୋରି

Advertisment
୧୨-୧୮ ବୟସ ଗୋଷ୍ଠୀ ପାଇଁ ରୁଷର ସ୍ପୁଟନିକ୍‌-ଏମ୍‌ ଟିକାକୁ ଭାରତ ଆଣିବାକୁ ଚେଷ୍ଟା କରୁଛି ଡକ୍ଟର ରେଡ୍ଡୀ ଲାବୋରେଟୋରି

ହାଇଦ୍ରାବାଦ: ଡକ୍ଟର ରେଡ୍ଡୀଙ୍କ ଲାବୋରେଟୋରି ଶୁକ୍ରବାର ଦିନ କହିଛି ଯେ ଦେଶର ୧୨-୧୮ ବର୍ଷ ବର୍ଗ ପାଇଁ ରୁଷର କୋଭିଡ୍‌-୧୯ ଟିକା ସ୍ପୁଟନିକ୍‌-ଏମ୍‌କୁ ଭାରତ ଆଣିବା ପାଇଁ ଭାରତୀୟ ଔଷଧ ନିୟାମକଙ୍କ ସହ ଆଲୋଚନା ଚଳାଇଛି।

କମ୍ପାନି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କମ୍ପାନିର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ କହିଛନ୍ତି ଯେ ରୁଷର ଏକକ ଡୋଜ୍‌ କୋଭିଡ୍‌-୧୯ ଟିକା ସ୍ପୁଟନିକ୍‌ ଲାଇଟ୍‌ର ପର୍ଯ୍ୟାୟ-୩ କ୍ଲିନିକାଲ୍‌ ପରୀକ୍ଷଣ ତଥ୍ୟ ନିୟାମକଙ୍କ ପାଖରେ ଦାଖଲ କରାଯାଇଛି ଏବଂ ଅନୁମୋଦନକୁ ଅପେକ୍ଷା କରାଯାଇଛି।

କମ୍ପାନିର ସିଇଓ ଦୀପକ ସପ୍ରା କହିଛନ୍ତି ଯେ ସ୍ପୁଟନିକ୍‌-ଏମ୍‌ କିଶୋରମାନଙ୍କ ପାଇଁ ଏକ ଫଳପ୍ରଦ ଟିକା। ରୁଷିଆରେ ସ୍ପୁଟନିକ୍‌-ଏମ୍‌କୁ ୧୨ରୁ ୧୮ ବର୍ଷ ଗୋଷ୍ଠୀରେ ପିଲାମାନଙ୍କ ପାଇଁ ନିୟାମକ ଅନୁମୋଦନ ଦେଇଛନ୍ତି। ସମାନ ଡାଟା ଏଠାରେ ଉପଲବ୍ଧ କରାଯାଇଛି। ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ ଯଦି ଭାରତୀୟ ନିୟାମକ ଚାହାନ୍ତି ତେବେ କମ୍ପାନି ଭାରତରେ ଆଉ ଏକ ପର୍ଯ୍ୟାୟ କ୍ଲିନିକାଲ୍‌ ପରୀକ୍ଷଣ ପାଇଁ ପ୍ରସ୍ତୁତ ଅଛି। ଗତ ମାସରେ ରୁଷର ପ୍ରତ୍ୟକ୍ଷ ନିବେଶ ପାଣ୍ଠି (ଆରଡିଆଇଏଫ) କହଥିଲା ଯେ ଏହା ଭାରତୀୟ ନିୟାମକଙ୍କୁ ସ୍ପୁଟନିକ୍‌-ଏମର୍‌ ଅନୁମୋଦନ ଓ ପଞ୍ଜିକରଣ ପାଇଁ ଆବେଦନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe