Image Courtesy of The Financial Express
ନୂଆଦିଲ୍ଲୀ: ୨୦୦୦ ମସିହାରେ ଲାଲ୍ କିଲା ଆକ୍ରମଣ ଷଡ଼ଯନ୍ତ୍ରକାରୀ ବୋଲି କୁହାଯାଉଥିବା ବିଲାଲ ଅହମଦ କାଓ୍ଵା ନାମକ ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସର ସ୍ପେସାଲ୍ ସେଲ୍ ଏବଂ ଗୁଜରାଟ ପୁଲିସର ଆଣ୍ଟି-ଟେରର୍ ସ୍କ୍ଵାଡ୍ ଗିରଫ କରିଛନ୍ତି। ଲାଲ୍ କିଲା ଆକ୍ରମଣରେ ସେନାର ଦୁଇ ଜଣ ଯବାନ ଏବଂ ଜଣେ ସାଧାରଣ ନାଗରିକ ନିହତ ହୋଇଥିଲେ।
୩୭ ବର୍ଷିୟ କାଓ୍ଵା ଜେଟ୍ ଏୟାର୍େଓ୍ଵଜ୍ର ଏକ ବିମାନରେ ଶ୍ରୀନଗରରୁ ବାହାରି ସନ୍ଧ୍ୟା ୫. ୪୦ ମିନିଟ୍ରେ ଦିଲ୍ଲୀ ପହଞ୍ଚିବା ପରେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ପୁଲିସ ତାଙ୍କୁ ଅଟକ ରଖିଥିଲା। ସେ ଆସୁଥିବା ସମ୍ପର୍କରେ ପୁଲିସ ପୂର୍ବରୁ ସୂଚନା ପାଇଥିଲା। ଆକ୍ରମଣ ଘଟନାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଲସ୍କର୍ କମାଣ୍ଡର୍ ଅଶ୍ଫକ୍ ଓରଫ୍ ମହମ୍ମଦ ଆରିଫ୍ଙ୍କ ସହ କାଓ୍ଵାର ସମ୍ପର୍କ ଥିବା କଥା କୁହାଯାଉଛି।
ଶ୍ରୀନଗର, କନ୍ନଟ୍ ପ୍ଲେସ୍ ଏବଂ ନିଉ ଫ୍ରେଣ୍ଡ୍ସ୍ କଲୋନିସ୍ଥିତ ତିନୋଟି ବ୍ୟାଙ୍କ୍ ଆକାଉଣ୍ଟ୍ରେ ଅଶଫକ୍ ପ୍ରାୟ ୨୯. ୫ ଜମା କରିଥିଲା। ସେଥିରୁ ଗୋଟିଏ ଆକାଉଣ୍ଟ୍ ହେଉଛି କାଓ୍ଵାଙ୍କର।
ସେବେଠାରୁ କାଓ୍ଵା ଛଦ୍ମନାମରେ କଶ୍ମୀରରେ ଲୁଚି ରହିଥିଲା। କିଛି ଦିନ ତଳେ ତା’ର ପ୍ରକୃତ ପରିଚୟ ଜଣାପଡ଼ିଥିଲା। ସେବେଠାରୁ ଗୁଇନ୍ଦାମାନେ ତା’ ପିଛା କରୁଥିଲେ। ପାକିସ୍ତାନସ୍ଥିତ ଅବ୍ବୋତ୍ତାବାଦ ବାସୀ ଅଶ୍ଫକ୍କୁ ୨୦୧୧ରେ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲେ ବି ପରେ ସୁପ୍ରିମ୍ କୋର୍ଟ ସେଥିରେ ରହିତାଦେଶ ଲଗାଇଥିଲେ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଅନ୍ୟ ୧୦ ଜଣଙ୍କ ସହ ତାକୁ ତିହାର ଜେଲ୍ରେ ରଖାଯାଇଛି।
୨୦୦୦ ମସିହା ଡିସେମ୍ବର ୨୨ ତାରିଖ ସନ୍ଧ୍ୟା ୭ଟାବେଳେ ଛଅ ଜଣ ଆତଙ୍କବାଦୀ ଆସଲ୍ଟ୍ ରାଇଫଲ୍ ଧରି ଲାହୋରି ଗେଟ୍ ମଧ୍ୟରେ ପଶି ଲାଲ୍ କିଲା ଉପରେ ଆକ୍ରମଣ କରିଥିଲେ। ସେଥିରେ ତିନି ଜଣ ନିହତ ହୋଇଥିଲେ।
Follow Us