୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ୟୁପିବାସୀଙ୍କୁ ପ୍ରଧାନମନ୍ତ୍ରୀ ଦେବାକୁ ଯାଉଛନ୍ତି ବଡ଼ ଉପହାର

Advertisment
୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ୟୁପିବାସୀଙ୍କୁ ପ୍ରଧାନମନ୍ତ୍ରୀ ଦେବାକୁ ଯାଉଛନ୍ତି ବଡ଼ ଉପହାର

ନୂଆଦିଲ୍ଲୀ: ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ୟୁପିବାସୀଙ୍କୁ ପ୍ରଧାନମନ୍ତ୍ରୀ ବଡ ଉପହାର ଦେବାକୁ ଯାଉଛନ୍ତି। ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଜୁଲାଇ ୩୦ ତାରିଖରେ ୟୁପିର ୯ ଟି ମେଡିକାଲ କଲେଜକୁ ଲୋକାର୍ପଣ କରିବେ। ଏନେଇ ସିଦ୍ଧାର୍ଥନଗର ଠାରେ ପ୍ରସ୍ତୁତି ଚାଲିଛି । ଆଗାମୀ ଦୁଇଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଧାର୍ଥନଗର ଯାଇ କାର୍ଯ୍ୟକ୍ରମର ତଦାରଖ କରିବେ ବୋଲି କୁହାଯାଇଛି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମେଡିକାଲ କଲେଜଗୁଡିକୁ ଲୋକର୍ପଣ କରିବା ପୂର୍ବରୁ ମେଡିକାଲ କର୍ମଚାରୀ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଇଛି। ଏହାସହ ଲୋକର୍ପଣ ଦିନ ନିଜେ ପ୍ରଧାନମନ୍ତ୍ରୀ ୪୫୦ ଜଣ ମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ବୋଲି ସୂଚନା ମିଳିଛି। କେବଳ ସେତିକି ନୁହେଁ ରାଜ୍ୟ ସରକାର ଚଳିତବର୍ଷ ଆଉ ୧୩ ଟି ମେଡିକାଲ କଲେଜ ଆରମ୍ଭ କରିବେ ବୋଲି କୁହାଯାଇଛି।

କୁହାଯାଇଛି କି ଏହି ୯ଟି ମେଡିକାଲ କଲେଜ ବ୍ୟତୀତ ଅଯୋଧ୍ୟା, ବହରାଇଚ, ବସ୍ତି, ଫିରୋଜାବାଦ ଓ ଶାହାଜାହାଁପୁର ଜିଲ୍ଲାରେ ଥିବା ମେଡିକାଲଗୁଡିକୁ ଅପଗ୍ରେଡ କରି ମେଡିକାଲ କଲେଜ ଭାବେ ନିର୍ମାଣ କରାଯାଉଛି।

କହିରଖୁ କି ଜାତୀୟ ରାଜନୀତିରେ ପ୍ରଭାବ ରଖୁଥିବା ଉତ୍ତରପ୍ରଦେଶରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ଅନୁ୍ଷ୍ଠିତ ହେବାକୁ ଯାଉଛି। ଏହାକୁ ନେଇ ରାଜ୍ୟ ଶାସନରେ ଥିବା ବିଜେପି ସହ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀପାର୍ଟି ଓ କଂଗ୍ରେସ ବି ପ୍ରସ୍ତୁତି ଜୋରଦାର କରିଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe