୩ଲକ୍ଷରୁ ଅଧିକ ସିକ୍ୟୁରିଟି ଗାର୍ଡଙ୍କୁ ତାଲିମ ଦେବ ସ୍କିଲ ଇଣ୍ଡିଆ

Advertisment
୩ଲକ୍ଷରୁ ଅଧିକ ସିକ୍ୟୁରିଟି ଗାର୍ଡଙ୍କୁ ତାଲିମ ଦେବ ସ୍କିଲ ଇଣ୍ଡିଆ

ନୂଆଦିଲ୍ଲୀ:    ଭାରତୀୟ ପ୍ରତିଭାମାନଙ୍କ ଦକ୍ଷତା ବିକାଶ ପାଇଁ ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ କାଯର୍‌ୟ କରୁଥିବା ଜାତୀୟ ସ୍କିଲ୍‌ ଡେଭଲପ୍‌ମେଣ୍ଟ କର୍ପୋରେସନ୍‌(ଏନ୍‌ଏସ୍‌ଡିସି) ପକ୍ଷରୁ ସିକ୍ୟୁରିଟି ଗାର୍ଡ ଭାବେ ନିଯୁକ୍ତି ପ୍ରଦାନ ପାଇଁ ୧୭ଟି ସଂସ୍ଥା ସହିତ ଚୁକ୍ତି ସ୍ୱାକ୍ଷର କରାଯାଇଛି। ପ୍ରାଇଭେଟ୍‌ ସୁକ୍ୟୁରିଟି ଇଣ୍ଡଷ୍ଟ୍ରି କନକ୍ଲେଭ୍‌ର ୬ଷ୍ଠତମ ସଂସ୍କରଣରେ ଏହା ସମ୍ପନ୍ନ ହୋଇଛି। ୨୦୨୦ ସୁଦ୍ଧା ଏହି କ୍ଷେତ୍ର ୮୦,୦୦୦ କୋଟିରେ ପହଞ୍ଚିବ। ଏହି କ୍ଷେତ୍ରରେ ଅଭିବୃଦ୍ଧି ହାର ୨୦ପ୍ରତିଶତ ରହିଛି। ଏହି ଅବସରରେ ଏସ୍‌୍‌ଆଇଏସ୍‌, ଜି-୪-ଏସ୍‌,ପିରିଗ୍ରାଇନ୍‌, ଚେକ୍‌ ମେଟ୍‌, ଏନଆଇଏସଏ, ଏସଏମଏସ, ସିକ୍ୟୁରିଟି, ଓରିଅନ୍‌,ଟେରିଅର୍‌, ରେକ୍ସା-ଜିଏମ୍‌ଆର୍‌ ଆଦି କମ୍ପାନୀର ଏମ୍‌ ଡି ଏବଂ ସିଇଓଙ୍କ ସହିତ ଚୁକ୍ତି ସ୍ୱାକ୍ଷର ହୋଇଛି। ସମ୍ପ୍ରତି ଦେଶର ପ୍ରାଇଭେଟ୍‌ ସିକ୍ୟୁରିଟି ସଂସ୍ଥାରେ ୮.୫ ନିୟୁତ ଲୋକ କାର୍ଯ୍ୟ କରୁଛନ୍ତି । ଦେଶର ପୋଲିସ ବିଭାଗରେ ଏପରିସ୍ଥଳେ ୨.୨ ନିୟୁତ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ପ୍ରାଇଭେଟ୍‌ ସିକ୍ୟୁରିଟି ସଂସ୍ଥାରେ ୨୦୨୨ ସୁଦ୍ଧା ୧୨ ନିୟୁତ ସୁକ୍ୟୁରିଟି ଗାର୍ଡଙ୍କ ଆବଶ୍ୟକତା ପଡ଼ିବ। ଏହି ଚୁକ୍ତି ଅନ୍ତର୍ଗତ ୩.୧୭ଲକ୍ଷ ସିକ୍ୟୁରିଟି କର୍ମଚାରୀଙ୍କୁ ନିଯୁକ୍ତିି ପ୍ରଦାନ କରାଯାଇ ପାରିବ। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ୧.୩୦ ଲକ୍ଷ ଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରାଯାଇ ୭୫ ପ୍ରତିଶତ ସ୍ୱୀକୃତି ଉପଲବ୍ଧ କରାଯାଇପାରିଛି। ଏହି କ୍ଷେତ୍ରରେ ଅଗାମୀ ଦିନରେ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ଉପଲବ୍ଧ କରାଇବା ଲକ୍ଷ୍ୟ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe