ଭୋପାଳ: ମଧ୍ୟପ୍ରଦେଶ ସେହୋରରେ ଗତ ୬ ତାରିଖରୁ ଏକ ୩୦୦ ଫୁଟ୍ ବୋରୱେଲ୍ରେ ଖସି ପଡ଼ିଥିବା ଜଣେ ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ ହୋଇଯାଇଛି। ୩ ଦିନର କସରତ ପରେ ଶିଶୁଟିକୁ ଉଦ୍ଧାର କରାଯାଇଛି। କିନ୍ତୁ ଦୁର୍ଭାଗ୍ୟବଶତଃ ଶିଶୁଟି ଜୀବିତ ନାହିଁ। ରୋବଟିକ ଏକ୍ସପର୍ଟ, ସେନା, ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ୫୦ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଉଦ୍ଧାର ଅପରେସନ ଚାଲିଥିଲା। ଶିଶୁଟି ପ୍ରଥମେ ୨୦୦ ଫୁଟ୍ ଗଭୀରତାରେ ଖସିଥିଲା। ପରେ ସେ ପୁଣି ୧୦୦ ଫୁଟ୍ ଗଭୀରତାକୁ ଖସି ଯାଇଥିଲା। ଅନେକ ଉଦ୍ୟମ ପରେ ଶିଶୁଟିକୁ ଆଜି ଉଦ୍ଧାର କରାଯାଇଥିଲା। ଶିଶୁ ନିକଟକୁ ଏକ ପାଇପ୍ ଦ୍ବାରା ଅକ୍ସିଜେନ୍ ଯୋଗାଣ କରାଯାଇଥିଲା। କିନ୍ତୁ ଶ୍ବାସରୁଦ୍ଧ ହୋଇ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
୩୦୦ ଫୁଟ୍ ବୋରୱେଲ୍ରେ ଖସିପଡ଼ିଥିବା ଶିଶୁର ମୃତ୍ୟୁ: ୫୦ ଘଣ୍ଟାର ଅପରେସନ ପରେ ଶବ ଉଦ୍ଧାର
Advertisment
Follow Us