ବିଶ୍ବର ୫୩.୩ କୋଟି ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଘଟ

Advertisment
ବିଶ୍ବର ୫୩.୩ କୋଟି ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଘଟ

ନୂଆଦିଲ୍ଲୀ : ଏକ ବଡ଼ ଧରଣର ଗୋପନୀୟତା ଉଲ୍ଲଂଘନ କ୍ରମରେ ଭାରତ ସମେତ ୧୦୬ଟି ଦେଶର ୫୩.୩ କୋଟି ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଘଟ ହୋଇଥିବା ଜଣାଯାଇଛି। ସେଥିରେ ଆମେରିକାର ସର୍ବାଧିକ ୩.୨ କୋଟି, ୟୁକେର ୧.୧ କୋଟି ଏବଂ ଭାରତର ୬୦ ଲକ୍ଷ ବ୍ୟବହାରକାରୀ ରହିଥିବା ବିଜିନେସ୍‌ ଇନ୍‌ସାଇଡରରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଇଛି। ପ୍ରଘଟ ହୋଇ ସର୍ବସାଧାରଣରେ ଉପଲବ୍‌ଧ ହେଉଥିବା ଏହି ଗୋପନୀୟତାଗୁଡ଼ିକ ମଧ୍ୟରେ ବ୍ୟବହାରକାରୀଙ୍କ ଫୋନ୍‌ ନମ୍ବର, ଫେସବୁକ୍‌ ପରିଚୟପତ୍ର, ପୂରା ନାମ, ସ୍ଥାନ ଓ ଜନ୍ମ ତାରିଖ ଆଦି ରହିଛି।

publive-image The Indian Express

ସୂଚନାଯୋଗ୍ୟ, ପୂର୍ବରୁ ଫେସବୁକ୍‌ର ରହିଥିବା କୌଣସି ଏକ ସହଜ ଭେଦ୍ୟତା ଯୋଗୁଁ ଏଭଳି ତଥ୍ୟ ଚୋରି ହୋଇଛି ଯାହାକୁ କମ୍ପାନି ୨୦୧୯ ଅଗଷ୍ଟରେ ସୁଧାରିନେଇଛି ବୋଲି ଜଣେ ବରିଷ୍ଠ କର୍ମକର୍ତ୍ତା ଜଣାଇଛନ୍ତି। ତେବେ ହଡ଼ପ ହୋଇଥିବା ତଥ୍ୟ ପାଇଁ କମ୍ପାନିର ଏବେ ଆଉ କିଛି କରିବାର ନାହିଁ, କେବଳ କୌଣସି ଡିଜିଟାଲ ଆକ୍ରମଣ ପ୍ରତି ସଜାଗ ରହିବା ଲାଗି ବ୍ୟବହାରକାରୀଙ୍କୁ ସଚେତନ କରାଇ ଦିଆଯାଇଛି । ତେବେ ଏହି ତଥ୍ୟ ଲିକ୍‌ ନେଇ ଆମେରିକାରେ ବ୍ୟବହାରକାରୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe