ଜୋତା ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଚଢ଼ାଉ: ଉଦ୍ଧାର ହୋଇ ସାରିଲାଣି ୪୦ କୋଟି ଟଙ୍କା, ଗଣନା ଏବେ ବି ଜାରି

Advertisment
ଜୋତା ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଚଢ଼ାଉ: ଉଦ୍ଧାର ହୋଇ ସାରିଲାଣି ୪୦ କୋଟି ଟଙ୍କା, ଗଣନା ଏବେ ବି ଜାରି

www.ndtv.com

ଆଗ୍ରା: ଆଗ୍ରାଭିତ୍ତିକ ଜଣେ ଜୋତା ବ୍ୟବସାୟଙ୍କ ଘରେ ଚଢ଼ାଉ କରି ଆୟକର ବିଭାଗ (ଆଇଟି) ଶନିବାର ପ୍ରାୟ ୪୦ କୋଟି ନଗଦ ଟଙ୍କା ଉଦ୍ଧାର କରିଛି। ଟଙ୍କା ଗଣନା ଏବେ ପର୍ଯ୍ୟନ୍ତ ବି ଜାରି ରହିଛି ବୋଲି ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି। ଉତ୍ତରପ୍ରଦେଶର ଆଗ୍ରା ଏବଂ ତାଙ୍କର ଅନ୍ୟ କେତେକ ସ୍ଥାନରେ ଏହି ଚଢ଼ାଉ ହୋଇଥିବା ସୂଚନା ରହିଛି। ଗତକାଲି ଅପରାହ୍ନରୁ ଟଙ୍କା ଗଣନା ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ।

ତେବେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଉତରପ୍ରଦେଶ ଆଗ୍ରାରେ ଏକ ବଡ଼ ଧରଣର ଆଇଟି ରେଡ ହୋଇଛି ବୋଲି କୁହାଯାଇପାରେ । ଜଣେ ଜୋତା ବ୍ୟବସାୟୀଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଜବତ ହେବା ପରେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଟଙ୍କା ଗଣା ଜାରିରହିଥିବାରୁ ଜବତ ଟଙ୍କାର ପରିମାଣ ବୃଦ୍ଧି ପାଇବ ବୋଲି କୁହାଯାଉଛି । ଗତକାଲି ଅପରାହ୍ନରୁ ଆୟକର ବିଭାଗର ଏକ ସ୍ୱତନ୍ତ୍ର ଟିମ ଚଢାଉ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe