ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ନିରବ ମୋଦୀ, ମେହୁଲ ଚୋକସିଙ୍କ ଠାରୁ ୧୮ ହଜାର କୋଟି ଟଙ୍କା ଉଦ୍ଧାର ହୋଇଛି: ସୁପ୍ରିମ୍‌ କୋର୍ଟଙ୍କୁ କହିଲେ ସରକାର

ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ନିରବ ମୋଦୀ, ମେହୁଲ ଚୋକସିଙ୍କ ଠାରୁ ୧୮ ହଜାର କୋଟି ଟଙ୍କା ଉଦ୍ଧାର ହୋଇଛି: ସୁପ୍ରିମ୍‌ କୋର୍ଟଙ୍କୁ କହିଲେ ସରକାର

ନୂଆଦିଲ୍ଲୀ: ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବୁଧବାର ଦିନ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି ଯେ ଦେଶର ବ୍ୟାଙ୍କଗୁଡିକ ଠାରୁ କୋଟି କୋଟି ହଡ଼ପ କରି ପଳାତକ ସାଜିଥିବା ବ୍ୟବସାୟୀ ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କ ଠାରୁ ୧୮ ହଜାର କୋଟି ଟଙ୍କା ଉଦ୍ଧାର କରିଛନ୍ତି।

ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ ଏଏମ ଖାନୱିଲକରଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠଙ୍କୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ପଳାତକ ବ୍ୟବସାୟୀ ମାଲ୍ୟା, ମୋଦୀ ଏବଂ ଚୋକସିଙ୍କ ବିରୋଧରେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ଅଧୀନରେ ପଞ୍ଜୀକୃତ ହୋଇଥିବା ମାମଲାର ପରିମାଣ ବର୍ତ୍ତମାନ ୬୭,୦୦୦ କୋଟି ରହିଛି।

ମେହେଟ୍ଟା କହିଛନ୍ତି, ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପିଏମଏଲଏ ଅଧୀନରେ ଅଦାଲତ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ଯୋଗୁଁ ୧୮,୦୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିବାରେ ବ୍ୟାଙ୍କଗୁଡ଼ିକ ସଫଳ ହୋଇଛନ୍ତି।

ଏହା ପୂର୍ବରୁ ଗତ ଡିସେମ୍ବରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଜୁଲାଇ ସୁଦ୍ଧା ବ୍ୟାଙ୍କଗୁଡିକ ଏହି ତିନିଜଣଙ୍କ ଜବତ ଓ ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ସବୁକୁ ବିକ୍ରୟ କରିବା ପରେ ୧୩,୧୦୯ କୋଟି ଟଙ୍କା ପୁନରୁଦ୍ଧାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe