ପ୍ରତିଶୋଧ: ‘ବିଏସ୍‌ଏଫ୍‌’ର ଗୁଳିରେ ୧୦ ପାକିସ୍ତାନୀ ରେଞ୍ଜର୍ସ ନିହତ

Advertisment

ଗୋଟିଏ ବଦଳରେ ୧୦ଟି ମୁଣ୍ଡ ନେଲା ବିଏସ୍‌ଏଫ୍‌

ଗୋଟିଏ ବଦଳରେ ୧୦ଟି ମୁଣ୍ଡ ନେଲା ବିଏସ୍‌ଏଫ୍‌

ପ୍ରତିଶୋଧ: ‘ବିଏସ୍‌ଏଫ୍‌’ର ଗୁଳିରେ ୧୦ ପାକିସ୍ତାନୀ ରେଞ୍ଜର୍ସ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀର ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲଂଘନରେ ବୁଧବାର ଜଣେ ବିଏସ୍‌ଏଫ ଯବାନ ସହିଦ ହେବା ଘଟଣାର ପ୍ରତିଶୋଧ ୨୪ ଘଣ୍ଟା ଭିତରେ ନିଆଯାଇଛି। ଗୁରୁବାର ସାମ୍ବା ସେକ୍ଟରରେ ବିଏସ୍‌ଏଫ୍‌ ପାକିସ୍ତାନ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମୋଦି ସରକାରଙ୍କ ଗୋଟିଏ ବଦଳରେ ୧୦ଟି ମୁଣ୍ଡ ବୟାନକୁ ବିଏସ୍‌ଏଫ୍‌ ଯବାନ ସତ କରିବାକୁ ଯାଇ ଗୁରୁବାର ୧୦ଜଣ ପାକିସ୍ତାନୀ ରୋଞ୍ଜର୍ସକୁ ନିହତ କରିଛନ୍ତି। ଏଥି ସହିତ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ୪ଟି ପୋଷ୍ଟକୁ ଧ୍ୱଂସ କରିଦେଇଛି।

ଜମ୍ମୁ କଶ୍ମୀରର ସାମ୍ବା ସେକ୍ଟରରେ ବୁଧବାର ପାକିସ୍ତାନ ଅସ୍ତ୍ରବିରତି ଉଲଂଘନ କରିବାକୁ ଯାଇ ଗୁଳି କରିଥିଲା। ଏହି ଗୁଳିକାଣ୍ଡରେ ବିଏସଏଫ୍‌ ଜଣେ ଯବାନ ସହିଦ ହୋଇଥିଲେ। ପାକିସ୍ତାନ ସୀମା ଉଲଂଘନ କରି ନିୟମିତ ଭାବରେ ଫାଇରିଂ କରୁଛି। ବିଏସ୍‌ଏଫ୍‌ର ଜଣେ ମୁଖପାତ୍ର କହିଛନ୍ତି, ବିଏସ୍‌ଏଫ୍‌ ଯବାନମାନେ ବୁଧବାର ୪ ପାକିସ୍ତାନୀ ମୋର୍ଟାରର ସ୍ଥିତି ବିଷୟରେ ଖବର ପାଇଥିଲା। ଏହାକୁ ଲକ୍ଷ୍ୟ କରି ଗୁଳି କରିଥିଲା ଫଳରେ ମୋର୍ଟାରଗୁଡ଼ିକ ନଷ୍ଟ ହୋଇ ଯାଇଥିଲା।

publive-image

ଜମ୍ମୁ କଶ୍ମୀର ଆରଏସପୁରା ସେକ୍ଟରରେ ବିଏସ୍‌ଏଫ୍‌କୁ ବଡ଼ ସଫଳତା ମିଳିଛି। ଘନ କୁହୁଡ଼ି ଥିବା ସତ୍ତ୍ୱେ ଅନୁପ୍ରବେଶକାରୀମାନେ ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଜଣେ ଅନୁପ୍ରବେଶକାରୀକୁ ନିହତ କରିଥିଲେ।

ବିଏସ୍‌ଏଫ୍‌ ଯବାନ ଗୁରୁବାର ସକାଳ ୫ଟା ୪୫ରେ ଅରନିଆ ସେକ୍ଟରରେ ନିକୋଓ୍ଵାଲ ସୀମା ନିକଟରେ ଏଲ୍‌ଓସିରେ ୨ରୁ୩ଜ ସଦିଗ୍ଧଙ୍କୁ ନିହତ କରିଥିଲେ। ମୃତକଙ୍କ ବୟସ ୩୦ ଭିତରେ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe