ରାଉରକେଲା: ଗଞ୍ଜେଇ ଚୋରାଚାଲାଣ ମାମଲାର ଶୁଣାଣି କରି ରାଉରକେଲା ଦ୍ବିତୀୟ ଅତିରିକ୍ତ ଦୌରାଜଜ୍ ମନୋଜ କୁମାର ଦୁଇ ଗଞ୍ଜେଇ ବେପାରୀଙ୍କୁ ୧୦ ବର୍ଷ ଜେଲ୍ ସହ ଲକ୍ଷେ ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲ୍ ନିର୍ଦେଶ ଦେଇଛନ୍ତି। ୧୮ ଜଣଙ୍କ ସାକ୍ଷ୍ୟପ୍ରମାଣ, ୧୭୨ ଦସ୍ତାବେଜ ଓ ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତିକୁ ଆଧାରକରି ବିଚାରପତି ଏହି ରାୟ ପ୍ରକାଶ କରିଛନ୍ତି।
ଗିରଫ ଦୁଇ ବେପାରୀ ହେଲେ ବିହାରର ସୁନୀଲ ଯାଦବ (୨୦), ମୁକେଶ କୁମାର (୨୧)। ସ୍ବତନ୍ତ୍ର ସରକାରୀ ଓକିଲ ସତ୍ୟନାରାୟଣ ମହାପାତ୍ର ମାମଲା ପରିଚାଳନା କରୁଥିଲେ। ଗତ ୨୦୨୨ ଅଗଷ୍ଟ ୩୧ ତାରିଖ ବିଳମ୍ବିତ ରାତିରେ ପ୍ଲାଣ୍ଟସାଇଟ୍ ପୁଲିସ ଟିମ୍ ପାଟ୍ରୋଲିଂ କରୁଥିଲା। ୨୦୨୨ ସେପ୍ଟେମ୍ବର ୧ ତାରିଖ ଭୋର ପ୍ରାୟ ସାଢ଼େ ୪ଟାରେ ଦୁଇ ଯୁବକ କଳା ଏୟାରବ୍ୟାଗ୍ରେ ଗଞ୍ଜେଇ ଧରି ରାଉରକେଲା ରେଳଷ୍ଟେସନରୁ ନୂଆ ବସ୍ଷ୍ଟାଣ୍ଡ ଆଡ଼କୁ ଯାଉଥବା ପୁଲିସକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ପୁଲିସ ଟିମ୍ ଗାନ୍ଧୀରୋଡ଼ କାଳୀମନ୍ଦିର ନିକଟରେ ଦୁଇ ଗଞ୍ଜେଇ ବେପାରୀଙ୍କୁ ଦେଖିଥିଲା। ଧରାପଡ଼ିଯିବା ଭୟରେ ଉଭୟ ଦୌଡ଼ିଥିଲେ। ପୁଲିସ ସେମାନଙ୍କୁ ଗୋଡ଼ାଇ ଧରିବା ସହ ସେମାନଙ୍କ ନିକଟରୁ ୨୧ କେଜି ୪୮୦ ଗ୍ରାମର ଗଞ୍ଜେଇ ଭର୍ତ୍ତି ବ୍ୟାଗ୍ ଜବତ କରିଥିଲା। ପରେ ପୁଲିସ ଦୁହିଁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

crime
Follow Us