ଗଞ୍ଜେଇ ମାଫିଆଙ୍କ ଗଳାବାଟ ରେଳ ଷ୍ଟେସନ: ୧୦ମାସରେ ୧୨ଟି ମାମଲା,୧୦୦କ୍ବିଣ୍ଟାଲ ଜବତ

Advertisment

ଅବିଭକ୍ତ କୋରାପୁଟ ଜିଲ୍ଲା ଏବେ ଗଞ୍ଜେଇ ଚାଷ ଓ ଚାଲାଣକାରୀଙ୍କ ହବ୍ ପାଲଟିଯାଇଛି। ବିଭିନ୍ନ ମାଧ୍ୟମରେ ଚାଲାଣ ଜାରି ରହିଛି। ତେବେ ସଡ଼କ ପଥରେ ବହୁ ସମୟରେ ପୁଲିସ, ଅବକାରୀ ବିଭାଗ ହାତରେ ଧରାପଡ଼ୁଥିବାରୁ ଗଞ୍ଜେଇ ମାଫିଆମାନେ ଗଳାବାଟ ଖୋଜିଛନ୍ତି। ଏବେ ରେଳ ଯୋଗେ ଅନ୍ୟ ରାଜ୍ୟକୁ ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି।

ଅବିଭକ୍ତ କୋରାପୁଟ ଜିଲ୍ଲା ଏବେ ଗଞ୍ଜେଇ ଚାଷ ଓ ଚାଲାଣକାରୀଙ୍କ ହବ୍ ପାଲଟିଯାଇଛି। ବିଭିନ୍ନ ମାଧ୍ୟମରେ ଚାଲାଣ ଜାରି ରହିଛି। ତେବେ ସଡ଼କ ପଥରେ ବହୁ ସମୟରେ ପୁଲିସ, ଅବକାରୀ ବିଭାଗ ହାତରେ ଧରାପଡ଼ୁଥିବାରୁ ଗଞ୍ଜେଇ ମାଫିଆମାନେ ଗଳାବାଟ ଖୋଜିଛନ୍ତି। ଏବେ ରେଳ ଯୋଗେ ଅନ୍ୟ ରାଜ୍ୟକୁ ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି।

sାୈସ

କୋରାପୁଟ: ଅବିଭକ୍ତ କୋରାପୁଟ ଜିଲ୍ଲା ଏବେ ଗଞ୍ଜେଇ ଚାଷ ଓ ଚାଲାଣକାରୀଙ୍କ ହବ୍ ପାଲଟିଯାଇଛି। ବିଭିନ୍ନ ମାଧ୍ୟମରେ ଚାଲାଣ ଜାରି ରହିଛି। ତେବେ ସଡ଼କ ପଥରେ ବହୁ ସମୟରେ ପୁଲିସ, ଅବକାରୀ ବିଭାଗ ହାତରେ ଧରାପଡ଼ୁଥିବାରୁ ଗଞ୍ଜେଇ ମାଫିଆମାନେ ଗଳାବାଟ ଖୋଜିଛନ୍ତି।  ଏବେ ରେଳ ଯୋଗେ ଅନ୍ୟ ରାଜ୍ୟକୁ ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଟ୍ରଲି ବ୍ୟାଗ, ସୁଟକେସ୍, ଓ ବ୍ୟାଗ ପ୍ୟାକ୍ ଜରିଆରେ ଯୁବକ ଓ ଯୁବତୀଙ୍କ ଜରିଆରେ ଚାଲାଣ ଆରମ୍ଭ ହୋଇଛି।  ଖାସ୍ କରି ଚାଳାଣ ପାଇଁ ଯୁବତୀଙ୍କୁ ମାଫିଆମାନେ ପ୍ରମୁଖତା ଦେବାରେ ଲାଗିଛନ୍ତି।

ଗତ ୧୮ତାରିଖ ଦିନ କୋରାପୁଟ ରେଳଷ୍ଟେସନ ପ୍ଲାଟପର୍ମରୁ ଜିଆରଫି(ସରକାରୀ ରେଳବାଇ ପୁଲିସ) ମଧ୍ୟପ୍ରଦେଶର ଜଣେ  ଯୁବତୀଙ୍କ ଟ୍ରଲିବ୍ୟାଗରୁ ୧୪କିଲୋ ୭୦୦ଗ୍ରାମ ଗଂଜେଇ ଜବତ କରିଥିବା ବେଳେ ସେହି ଦିନ ଆଉ ଜଣେ ନୂଆଦିଲ୍ଲୀର ଯୁବତୀ ଓ ଉତ୍ତରାଖଣ୍ଡର ଯୁବକ ୩୪.୫କିଲୋ ବ୍ୟାଗ ପ୍ୟାକରେ ଚାଳାଣ କରୁଥିବା ବେଳେ ଲୁଟର ଶିକାର ହୋଇଥିଲେ। ଖାସ୍ କରି ଲୁଗା ବ୍ୟାଗ ନାଁରେ ଏମାନେ ଚାଲାଣ କରୁଛନ୍ତି। 

ଏହି କ୍ରମରେ କୋରାପୁଟ ଜିଆରଫି ପକ୍ଷରୁ ଗତ ୧୦ମାସ ମଧ୍ୟରେ ୧୨ଟି ମାମଲା ରୁଜୁ କରିବା ସହ ୧୦୦କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିବା କହିଛନ୍ତି କୋରାପୁଟ ଜିଆରପି ଥାନାଅଧିକାରୀ ସନ୍ତୋଷିନୀ ମହନ୍ତ। ବିହାର , ରାଜସ୍ଥାନ, ମହାରାଷ୍ଟ୍ର, ତାମିଲନାଡୁ,ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଅଂଚଳର ବହୁ ଯୁବକ, ଯୁବତୀ ଏଥିରେ ସାମିଲ ରହିଥିବା କହିଛନ୍ତି ଥାନା ଅଧିକାରୀ। ଖାସ୍ କରି ବିହାରର ଅଧିକା ଚାଲାଣକାରୀ ରହିଛନ୍ତି। ବେଶି ପରିମାଣର ସମଲେଶ୍ବରୀ ଏକ୍ସପ୍ରେସରେ ରାୟଗଡ଼ା ଓ ଛତିଶଗଡର ଜଗଦଳପୁରକୁ ପ୍ରତିଦିନ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି। ଚାଲାଣକାରୀମାନେ ୨ଟି ଉପାୟରେ ଚାଳାଣ କରୁଛନ୍ତି। ପ୍ରଥମତଃ ଷ୍ଟେସନରେ ପହଞ୍ଚିବା ପରେ ବ୍ୟାଗ ଓ ସୁଟକେସକୁ ଗୋଟିଏ ସ୍ଥାନରେ ରଖିଥାନ୍ତି। ସେଠାରୁ ଅଳ୍ପ ଦୂରରେ ଠିଆ ହୋଇଥାନ୍ତି। ଯଦି ପୁଲିସ୍  ସନ୍ଦେହ କରି ବ୍ୟାଗ୍ ଯାଞ୍ଚ କରେ, ସେଠାର୍ ଠାରୁ ଚାଲାଣକାରୀ ଚମ୍ପଟ ମାରିଥାନ୍ତି। ନହେଲେ ସୁବିଧାରେ ରେଳରେ ରାୟଗଡ଼ା ଓ ଜଗଦଳପୁର ଚାଲିଯାଆନ୍ତି। ସେଠାରୁ ରାୟପୁର, ଉତ୍ତରପ୍ରଦେଶ ,ମୁମ୍ବାଇ, ପୁନେ, ଦିଲ୍ଲୀ ଚାଲିଯିବାରେ ସଫଳ ହୁଅନ୍ତି। ଖାସ୍ କରି  ରାତିରେ କିମ୍ବା ଭୋର ସମୟରେ ଯାଉଥିବା ରେଳ ଗୁଡିକରେ ବେଶିମାତ୍ରାରେ ଯିବା ଆସିବା କରୁଛନ୍ତି। ଅପରଟି ରେଳ ଛାଡିବାର ଅଳ୍ପ ସମୟ ପୂର୍ବରୁ ଷ୍ଟେସନରେ ପହଞ୍ଚି ‌ତୁରନ୍ତ ରେଳରେ ଚଢ଼ି ପଳାଉଛନ୍ତି। ରେଳରେ ଗଞ୍ଜେଇ ଚାଲାଣ ରୋକିବାକୁ ହେଲେ ଷ୍ଟେସନରେ ଅତ୍ୟାଧୁନିକ ମେସିନରେ ଯାଞ୍ଚ କଡାକଡି ଦରକାର ବୋଲି କହିଛନ୍ତି ବୁଦ୍ଧିଜୀବୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe