କାର୍ଯ୍ୟକ୍ଷମ ହେଉନି ୧୦୬ କୋଟିର ପ୍ରକଳ୍ପ: ସବୁ ଛକରେ ଝୁଲୁଛି ସିସି କ୍ୟାମେରା

Advertisment

ସ୍ମାର୍ଟସିଟି ପ୍ରକଳ୍ପ ନାଁରେ ପାଣିବୋହିଲା ପରି ଟଙ୍କା ଖର୍ଚ୍ଚ କରିଦିଆଗଲା। ରାଉରକେଲା ସହର କିନ୍ତୁ ସ୍ମାର୍ଟ ହେଲାନି। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ସିସି କ୍ୟାମେରା ଏହାର ଜ୍ବଳନ୍ତ ଉଦାହରଣ।

ସ୍ମାର୍ଟସିଟି ପ୍ରକଳ୍ପ ନାଁରେ ପାଣିବୋହିଲା ପରି ଟଙ୍କା ଖର୍ଚ୍ଚ କରିଦିଆଗଲା। ରାଉରକେଲା ସହର କିନ୍ତୁ ସ୍ମାର୍ଟ ହେଲାନି। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ସିସି କ୍ୟାମେରା ଏହାର ଜ୍ବଳନ୍ତ ଉଦାହରଣ।

ରାସ୍ତାରେ ଲାଗିବ ‘ସ୍ମାର୍ଟ ଆଇ’: ସବୁ କାର୍ଯ୍ୟକଳାପ ରେକର୍ଡ କରିବା ସହ ସଚେତନ ବି କରାଇବ

ରାଉରକେଲା: ସ୍ମାର୍ଟସିଟି ପ୍ରକଳ୍ପ ନାଁରେ ପାଣିବୋହିଲା ପରି ଟଙ୍କା ଖର୍ଚ୍ଚ କରିଦିଆଗଲା। ରାଉରକେଲା ସହର କିନ୍ତୁ ସ୍ମାର୍ଟ ହେଲାନି। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ସିସି କ୍ୟାମେରା ଏହାର ଜ୍ବଳନ୍ତ ଉଦାହରଣ। ୧୦୬ କୋଟିର ପ୍ରକଳ୍ପ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଉନି। ଠିକାସଂସ୍ଥାକୁ କିନ୍ତୁ ବିଲ୍‌ ଦିଆସରିଲାଣି। ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର କାମ ସରିବା ପରେ କାର୍ଯ୍ୟକ୍ଷମ ହେବ ବୋଲି ସଫେଇ ଦିଆଯାଉଛି। କେବେ ସେଣ୍ଟର ନିର୍ମାଣ କାମ ସରିବ ? ସହରରେ ସିସି କ୍ୟାମେରା ଚାଲିବ, କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ଏବେ ସରକାର ବଦଳିଛି। ସମୀକ୍ଷା ବୈଠକରେ ଏହି ପ୍ରକଳ୍ପ ସଂକ୍ରାନ୍ତରେ ଆଲୋଚନା ହୋଇଛି। ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ପ୍ରଶାସନ ଏ ଦିଗରେ ତତ୍ପରତା ନ ଦେଖାଇଲେ, ୧୦୬ କୋଟିର ପ୍ରକଳ୍ପ ପାଣିରେ ପଡ଼ିବ, ଏଥିରେ ଦ୍ବିମତ ନାହିଁ।  ଠିକା ସଂସ୍ଥା ‘ଭାରତ ଇଲୋକ୍‌ଟ୍ରୋନିକ୍ସ ଲିମିଟେଡ୍‌ (ଭେଲ୍‌)’ ଦ୍ବାରା  ସହରର ପ୍ରମୁଖ ଛକ ସମେତ ମୋଟ ୧୧୦ଟି ସ୍ଥାନରେ ୬୭୫ଟି ସିସି କ୍ୟାମେରା ଲଗାଯାଇଛି।

୧୧୦ଟି ସ୍ଥାନରେ ଲାଗିଥିବା ସିସି ଟିଭି ନିୟନ୍ତ୍ରଣ ପାଇଁ ସହରର ୧୩ଟି ପ୍ରମୁଖ ସ୍ଥାନରେ ଇଣ୍ଟିଗ୍ରେଟେଡ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ (ଆଇଟିଏମ୍‌ଏସ୍‌) ସ୍ଥାପନ କରାଯାଇଛି। ଏଥି ମଧ୍ୟରୁ ୧୧ଟି ସ୍ଥାନରେ ଆଇଟିଏମ୍‌ଏସ୍‌  କାର୍ଯ୍ୟ ‌ଶେଷ ହୋଇଛି। ସହରର ପାଖାପାଖି ୧୩୦ କି.ମି. ପରିଧି ମଧ୍ୟରେ କେବୁଲ ବିଛା କାମ ମଧ୍ୟ ସରିଛି। ଛେଣ୍ଡ କଲୋନି କନକମଞ୍ଜରୀ ଛକ, ହକି ଷ୍ଟାଡିୟମ ଛକ, ପ୍ରଧାନପାଲି ଛକ, ବିଏସ୍‌ଏନ୍‌ଏଲ୍‌ ଛକ, ବିଜୁ ପଟ୍ଟନାୟକ ଛକ, ରିଂ ରୋଡ ସ୍ପେସ୍ ଛକ, ରାଉରକେଲା ବିମାନବନ୍ଦର ନିକଟସ୍ଥ ପୋଲ୍‌ରେ ସିସି କ୍ୟାମେରା ଲଗାଯାଇଛି। ସେମିତି ରାଉରକେଲା ବିର୍ସା ମୁଣ୍ଡା ଛକ, ପାନପୋଷ ଗାନ୍ଧିଛକ, ହକି ଛକ, ଉଦିତନଗର, ଏସ୍‌ଟିଆଇ, ଆଇଟିଆଇ, ଡେଲିମାର୍କେଟ, ବାସନ୍ତୀକଲୋନି, ବନ୍ଧମୁଣ୍ଡାରୋଡ, ସାରନଗରୀ, ରେଲୱେ କଲୋନି ଇସ୍ପାତ ସହରାଞ୍ଚଳର ପ୍ରମୁଖ ଛକରେ ସିସି କ୍ୟାମେରା ସରିଛି।

ସିସି କ୍ୟାମେରା ସୁରକ୍ଷା, ଅପରାଧିକ କାର୍ଯ୍ୟକଳାପ ରୋକିବାରେ ସହାୟକ। ଏଥିସହ ଟ୍ରାଫିକ୍‌ ନିୟନ୍ତ୍ରଣରେ ମଧ୍ୟ ସେତିକି କାର୍ଯ୍ୟ କରିବ। ରେଡ୍‌ ଲାଇଟ୍‌ ଭାଇଓଲେସନ୍‌ ଡିଟେକ୍ସନ (ଆର୍‌ଏଲ୍‌ଭିଡି),  ସ୍ପିଡ୍‌ ଭାଇଓଲେସନ୍‌ ଡିଟେକ୍ସନ ସିଷ୍ଟମ (ଏସ୍‌ଭିଡିଏସ୍‌),  ଅଟୋମେଟିକ୍‌ ନମ୍ବର ପ୍ଲେଟ୍‌ ରେକଗ୍‌ନାଇଜେସନ୍‌ ସିଷ୍ଟମ (ଏଏନ୍‌ପିଆର୍‌), ଫେସ୍‌ ରେକଗ୍‌ନାଇଜେସନ୍‌ ସିଷ୍ଟମ (ଏଫ୍‌ଆର୍‌ଏସ୍‌) ଓ ନିୟମଭଙ୍ଗକାରୀ ପାଇଁ ଇ-ଚାଲାଣ ସିଷ୍ଟମ  କାର୍ଯ୍ୟ କରିବ। ସୂଚନାଯୋଗ୍ୟ ଗତ ୨୦୧୮ରେ ସହରରେ ୧୧୦ଟି ସ୍ଥାନରେ ସିସି କ୍ୟାମେରା ଲଗାଇବାକୁ ସ୍ମାର୍ଟସିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଗତ ୨୦୧୯ ଜାନୁଆରି ଆମେରିକା ବେସ୍‌ଡ କମ୍ପାନି ‘ହନି ୱେଲ୍‌’ ସମେତ ଅନ୍ୟ ଦୁଇଟି ଠିକା ସଂସ୍ଥାକୁ ପରୀକ୍ଷାମୂଳକ ଭାବେ ସିସି କ୍ୟାମେରା ଲଗାଇବା କାମ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ତିନିଟି ସଂସ୍ଥାର କାମ ସନ୍ତୋଷଜନକ ନଥିବାରୁ ସିସି କ୍ୟାମେରା  ପ୍ରକଳ୍ପ ବାତିଲ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe