କରୋନାକୁ ହରାଇଲେ ୧୦୬ ବର୍ଷିଅ ବୃଦ୍ଧ, ମହାମାରୀ ଭାଇରସ୍‌ କବଳରୁ ମୁକ୍ତ ହୋଇ ପାଲଟିଲେ ଉଦାହରଣ

କରୋନାକୁ ହରାଇଲେ ୧୦୬ ବର୍ଷିଅ ବୃଦ୍ଧ, ମହାମାରୀ ଭାଇରସ୍‌ କବଳରୁ ମୁକ୍ତ ହୋଇ ପାଲଟିଲେ ଉଦାହରଣ

Republicworld

ନୂଆଦିଲ୍ଲୀ: କରୋନା ବୟସ୍କ ବ୍ୟକ୍ତିଙ୍କୁ ବିଶେଷ ପ୍ରଭାବିତ କରୁଛି ବୋଲି ଆମେ ପୂର୍ବରୁ ଶୁଣିଛେ। ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଇରାନର ଜଣେ ୧୦୬ ବୟସ୍କ ବ୍ୟକ୍ତି ଏହି ରୋଗକୁ ହରାଇ ସୁସ୍ଥ ହେବା ପରେ ଏକ ଉଦାହରଣ ପାଲଟିଛନ୍ତି। କରୋନାକୁ ହରାଇ‌ବାରେ ବ୍ୟକ୍ତି ଜଣକ ହେଉଛନ୍ତି ସବୁଠାରୁ ବୟସ୍କ। ତାଙ୍କ ପୂର୍ବରୁ ଏତେ ବୟସ୍କ ବ୍ୟକ୍ତି ଏହି ଭାଇରସ୍‌ କବାରୁ ମୁକ୍ତ ହୋଇପାରି ନାହାନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସୁସ୍ଥ ହେବା ପୂର୍ବରୁ ବ୍ୟକ୍ତି ଜଣକ ୧୪ ଦିନିଆ କ୍ବାରାଣ୍ଟାଇନ୍‌ରେ ଥିଲେ।

ପୂର୍ବରୁ ଇରାନର ଜଣେ ୧୦୩ ବର୍ଷ ବୟସ୍କା ଜଣେ ମହିଳା ଏହି ରୋଗରୁ ସୁସ୍ଥ ହୋଇ ପାରିଛନ୍ତି। କରୋନାକୁ ହରାଇବାରେ ସେ ଥିଲେ ସବୁଠାରୁ ବୟସ୍କା ମହିଳା।

ଉଲ୍ଲେଖଯୋଗ୍ୟ, ଏବେ ସୁଦ୍ଧା ଇରାନରେ ସମୁଦାୟ ୫୫ ହଜାର ଲୋକ ଏହି ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଏହି ଭଇେରସ୍‌ ହେତୁ ୩୪ ହଜାର ୫୨ ଜଣ ଲୋକଙ୍କ ଜୀବନ ଯାଇ ସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe