ରାଜଧାନୀ ଦିଲ୍ଲୀରୁ ଭୋଟ୍‌ ଦେଲେ ୧୧୧ ବର୍ଷିଅ ମତଦାତା

Advertisment
ରାଜଧାନୀ ଦିଲ୍ଲୀରୁ ଭୋଟ୍‌ ଦେଲେ ୧୧୧ ବର୍ଷିଅ ମତଦାତା

ani

ନୂଆଦିଲ୍ଲୀ: ଆଜି ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ବଚ୍ଚନ ସିଂହ ନାମକ ୧୧୧ ବର୍ଷିଅ ବୃଦ୍ଧ ରାଜଧାନୀ ଦିଲ୍ଲୀଠାରେ ନିଜର ମତ ସାବ୍ୟସ୍ତ କରିଛନ୍ତି। ଭୋଟ୍‌ ଦେବା ପରେ ବଚ୍ଚନ ସିଂହ କହିଛନ୍ତି, ‘ମୁଁ ସେହି ଦଳକୁ ଭୋଟ୍‌ ଦେଇଛି ଯିଏ ଭାରତର ବିକାଶ ପାଇଁ ସଂକଳ୍ପବଦ୍ଧ।’

ପଶ୍ଚିମ ଦିଲ୍ଲୀ ତିଲକ ନଗରର ବାସିନ୍ଦା ଏହି ବୟୋଜ୍ୟେଷ୍ଠ ବ୍ୟକ୍ତି ଗତକାଲି ଗଣାମାଧ୍ୟମରେ ମତ ରଖି କହିଥିଲେ, ‘ନିର୍ବାଚନର ପ୍ରତ୍ୟେକଟି ଭୋଟ୍‌ ବହୁ ମୂଲ୍ୟବାନ ହୋଇଥିବା କାରଣରୁ ଗୋଟିଏ ବି ଭୋଟ୍‌ ବ୍ୟର୍ଥ ନଯିବା ଉଚିତ।’

ଶନିବାର ନିର୍ବାଚନ କମିସନ ଅଧିକାରୀ ସିଂହଙ୍କ ଘରକୁ ଯାଇଥିଲେ। ସେ ତାଙ୍କ ଘରକୁ ଯାଇ ଭୋଟ୍‌ ଦେବା ପାଇଁ ସିଂହଙ୍କୁ ନିମନ୍ତ୍ରଣ କରିଥିଲେ। ଏହା ବ୍ୟତୀତ ତାଙ୍କୁ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ତାଙ୍କ ପାଇଁ ତାଙ୍କ ଘରୁ ମତଦାନ କେନ୍ଦ୍ର ଓ ମତଦାନ କେନ୍ଦ୍ରରୁ ଘର ପର୍ଯ୍ୟନ୍ତ ନବାଆଣିବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ତେବେ, ରାଜଧାନୀ ଦିଲ୍ଲୀରେ ଥିବା ସମସ୍ତ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ଭୋଟରମାନଙ୍କୁ ମତଦାନ ପାଇଁ ସେମାନଙ୍କ ଘରୁ ମତଦାନ କେନ୍ଦ୍ରକୁ ନେବା ସହ ପୁଣି ସେମାନଙ୍କୁ ମତଦାନ କେନ୍ଦ୍ରରୁ ଆଣି ସେମାନଙ୍କ ଘରେ ଛାଡ଼ିବା ପାଇଁ ଦିଲ୍ଲୀ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe