ଗୁଣିଗାରେଡ଼ି ପାଇଁ ୩ ଜଣଙ୍କୁ ହତ୍ୟା ଘଟଣା: ୧୩ ଅଭିଯୁକ୍ତ ଗିରଫ

Advertisment

ଗୋଟିଏ ଗୋଷ୍ଠୀର ବାପପୁଅଙ୍କ ସମେତ ୩ ଜଣଙ୍କୁ ହତ୍ୟା ଘଟଣା ସମଗ୍ର ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଛି। ଗଞ୍ଜାମ ପୁଲିସ ଏହି ଘଟଣାକୁ ଅତି ଗୁରୁତ୍ବର ସହ ନେଇ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିବା ବେଳେ ଆଜି ମୋଟ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଗୋଟିଏ ଗୋଷ୍ଠୀର ବାପପୁଅଙ୍କ ସମେତ ୩ ଜଣଙ୍କୁ ହତ୍ୟା ଘଟଣା ସମଗ୍ର ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଛି। ଗଞ୍ଜାମ ପୁଲିସ ଏହି ଘଟଣାକୁ ଅତି ଗୁରୁତ୍ବର ସହ ନେଇ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିବା ବେଳେ ଆଜି ମୋଟ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

arrest

ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଓ ବଡ଼ଗଡ଼ ଥାନା ଅଧୀନ ଖାରିପଲ୍ଲୀ ଗ୍ରାମରେ ଗତକାଲି ରାତିରେ ଗୁଣିଗାରେଡ଼ିକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ ଓ ହଣାକଟା ଘଟିଥିଲା। ଗୋଟିଏ ଗୋଷ୍ଠୀର ବାପପୁଅଙ୍କ ସମେତ ୩ ଜଣଙ୍କୁ ହତ୍ୟା ଘଟଣା ସମଗ୍ର ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଛି। ଗଞ୍ଜାମ ପୁଲିସ ଏହି ଘଟଣାକୁ ଅତି ଗୁରୁତ୍ବର ସହ ନେଇ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିବା ବେଳେ ଆଜି ମୋଟ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ, ଉକ୍ତ ଗ୍ରାମର ଅରୁଣ ବେହେରା, ରାଜେନ୍ଦ୍ର ବେହେରା, ଚନ୍ଦନ ବେହେରା, ଚିତ୍ରସେନ ବେହେରା, ଅରୁଣ ବେହେରା, ଦୀପକ କୁମାର ବେହେରା, ଟୁକୁନା ବେହେରା, ଜଗନ୍ନାଥ ବେହେରା, ବୁଲୁ ବେହେରା, ଶଙ୍କର ବେହେରା, ଡମ୍ବୁରୁ ବେହେରା, ଧୋବା ବେହେରା ଓ ରଙ୍କନିଧି ବେହେରା। ତେବେ ଏଥିରେ ଆହୁରି ଅନେକ ଲୋକଙ୍କ ସଂପୃକ୍ତି ଥିବା ଅନୁମାନ କରାଯାଉଛି। ଗାଁ ଏବେ ପୁରୁଷଶୂନ୍ୟ ହୋଇ ଯାଇଥିବା ବେଳେ ସମ୍ଭାବ୍ୟ ପରିସ୍ଥିତିକୁ ନଜର‌ରେ ରଖି ୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। 

ମୃତକ ଖଦାଳଙ୍କ ଭାଇ ବନବାସୀ ବେହେରାଙ୍କ ପତ୍ନୀ ବନିତାଙ୍କ ଏତଲାନୁସାରେ ବଡ଼ଗଡ଼ ଥାନାରେ କେସ୍ ନମ୍ବର ୧୫୪/୨୫ ଓ ଅନ୍ୟଜଣେ ମୃତକ ରମେଶ ‌ବେହେରାଙ୍କ ପତ୍ନୀ ବନିତାଙ୍କ ଏତଲାନୁସାରେ କେସ୍ ନମ୍ବର ୧୫୫/୨୫ରେ ଏକ ମାମଲା ରୁଜୁ ହୋଇଛି। କେସ୍ ନମ୍ବର ୧୫୪ରେ ଉପରୋକ୍ତ ୧୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏଣେ ସେମାନଙ୍କ ଗିରଫଦାରି ପ୍ରତିବାଦରେ ଏବେ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ପୁଲିସ ପରିସ୍ଥିତି ଉପରେ ସତର୍କ ନଜର ରଖିଛି। ଅନ୍ୟପକ୍ଷ‌ରେ ଆଜି ସକାଳେ ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛି। ଉଭୟ ପକ୍ଷ ଦ୍ବାରା ବ୍ୟବହୃତ ରକ୍ତଭିଜା ଖୁଣ୍ଟ, ଶିଳପଥର, ପାଞ୍ଚହଳ ଚପଲ ଓ କାତି ଜବତ କରାଯାଇଛି। ଆଜି ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ ପାତ୍ର, ଭଞ୍ଜନଗର ଅତିରିକ୍ତ ଏସ୍‌ପି ରଞ୍ଜନ ଦେ, ଆସିକା ଏସ୍‌ଡିପିଓ ସନ୍ତୋଷ ଜେନା, ବଡ଼ଗଡ଼ ଥାନାଧିକାରୀ ସନ୍ତୋଷ ବେହେରା ଓ ପାଟପୁର ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରା ପ୍ରମୁଖ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିଛନ୍ତି। 

ତେବେ ଗୁଣିଗାରେଡିକୁ ନେଇ ମୃତକ ଖଦାଳ ବେହେରା, ତାଙ୍କ ଭାଇ ବନବାସୀ ବେହେରା ଓ ଅନ୍ୟ ୨ ଜଣଙ୍କ ପରିବାର ଉପରେ ଗ୍ରାମବାସୀଙ୍କ ଆକ୍ରୋଶ ଏହି ହିଂସାର କାରଣ ବୋଲି ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ୨୦୨୨ ଓ ୨୦୨୩ ଦୁଇବର୍ଷ ଧରି ଗୁଣିଗାରେଡ଼ିକୁ କେନ୍ଦ୍ର କରି ଗାଁର ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଝା ଲାଗି ରହିଥିଲା। ଏପରିକି ଗ୍ରାମବାସୀ ୪ଟି ପରିବାରକୁ ବାସନ୍ଦ କରିଥିଲେ। କିନ୍ତୁ ପୁଲିସ ହସ୍ତକ୍ଷେପ ଓ ଗାଁରେ ବୈଠକ ପରେ ଖଦାଳ ଏବଂ ଅନ୍ୟମାନେ ଗାଁରେ ଆସି ସ୍ବାଭାବିକ ଜୀବନଯାପନ କରୁଥିଲେ। ତଥାପି ଗୋଷ୍ଠୀ ଛକାପଞ୍ଝା ଥମିବା ନାଁ ନେଉ ନଥିଲା। କିଛିମାସ ତଳେ ସତ୍ୟବାଦୀ ବେହେରା, ବିଦେଶୀ ବେହେରା, ବାୟାନାଥ ବେହେରା ଓ ଭାସ୍କର ‌ବେହେରାଙ୍କ ୩ଟି ବାଇକ୍ ଓ ଗୋଟିଏ ସାଇକେଲ୍ ପୋଡ଼ି ଘଟଣା ପରେ ଦୁଇ ଗୋଷ୍ଠୀ ଭିତରେ ବିବାଦ ଧୀରେ ଧୀରେ ଉଗ୍ର ରୂପ ନେଇଥିଲା। ଏପରିକି ଖଦାଳ ପୁଲିସର ସୁରକ୍ଷା ଲୋଡ଼ିଥିବା ବେଳେ ଗାଁରେ ପାଟ୍ରୋଲିଂ ଜାରି ରହିବା ସହ ପୁଲିସ ଫୋର୍ସ ମୁତୟନ କରା ଯାଇଥିଲେ। 

କିନ୍ତୁ ଗତକାଲି ଦୁଇ ଗୋଷ୍ଠୀ ଭିତରେ ରକ୍ତାକ୍ତ ସଂଘର୍ଷରେ ଖଦାଳ ଓ ତାଙ୍କ ପୁଅ ରତ୍ନାକର ଏବଂ ଅନ୍ୟ ଗୋଷ୍ଠୀର ରମେଶ ପ୍ରାଣ ହରାଇଥିବା ବେଳେ ୪ ଜଣ ଆହତ ହୋଇଥିଲେ। ମୃତକଙ୍କ ପରିବାରକୁ ସୁରକ୍ଷା ଦିଆଯାଇଥିବା ବେଳେ ଏଥିରେ ଅନ୍ୟ ଯେଉଁମାନେ ସଂପୃକ୍ତ ରହିଛନ୍ତି ସେମାନଙ୍କୁ ମଧ୍ୟ ଗିରଫ କରାଯିବ। ଏହାସହ ଏଭଳି ଘଟଣାର ପୁନରାବୃତ୍ତି ନହେବ, ଏଥିପାଇଁ ସଚେତନତାକୁ ବ୍ୟାପକ କରାଯିବ ବୋଲି ଏସପି ଶ୍ରୀ ପାତ୍ର କହିଛନ୍ତି। ଅନ୍ୟପକ୍ଷରେ ଖବର ଲେଖାଯିବା ସୁଦ୍ଧା ତିନିଟିଯାକ ଶବ ଗାଁରେ ପହଞ୍ଚିନି। ମୃତକ ଖଦାଳ ବେହେରାଙ୍କ ବାପା ଗୋପୀନାଥ ବେହେରା(୯୦) ଚିକିତ୍ସାଧୀନ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe