ରାତ୍ରିକାଳୀନ ଗାଡ଼ି ଯାଞ୍ଚ: ୨୧୬ ମଦୁଆ ଗାଡ଼ି ଚାଳକ ଗିରଫ, ୧୩୮ ଲାଇସେନ୍ସ ରଦ୍ଦ

Advertisment
ରାତ୍ରିକାଳୀନ ଗାଡ଼ି ଯାଞ୍ଚ: ୨୧୬ ମଦୁଆ ଗାଡ଼ି ଚାଳକ ଗିରଫ, ୧୩୮ ଲାଇସେନ୍ସ ରଦ୍ଦ

ଭୁବନେଶ୍ୱର: ରାଜ୍ୟରୁ କୋଭିଡ କଟକଣା ହଟାଇ ଦିଆଯିବା ପରେ ପରିବହନ ବିଭାଗ ଓ ପୁଲିସ ରାଜପଥରେ ଯାନବାହନଗୁଡ଼ିକର ଯାଞ୍ଚ ପୁଣି ଥରେ ଆରମ୍ଭ କରିଦେଇଛନ୍ତି। ଏଥି ସହିତ ଗାଡ଼ିଚାଳକମାନେ ଗାଡ଼ି ଚଳାଇବା ସମୟରେ ମଦ ପିଉଛନ୍ତି କି ନାହିଁ ତାହା ମଧ୍ୟ ତଦନ୍ତ ହେଉଛି। ଓଡ଼ିଶା ପୁଲିସ ଓ ପରିବହନ ବିଭାଗର କର୍ମଚାରୀମାନେ ମିଳିତ ଭାବେ ଶନିବାର ପ୍ରାୟ ୨୬୦୦ଟି ଗାଡ଼ି ଚାଳକଙ୍କୁ ଯାଞ୍ଚ କରିଛନ୍ତି।

ଶନିବାର ହୋଇଥିବା ଯାଞ୍ଚ ସମୟରେ ୨୫୧ ଜଣ ଚାଳକ ମଦ୍ୟପାନ କରିଥିବା ଜଣାପଡ଼ିଛି। ସଡ଼କ ସୁରକ୍ଷା ନେଇ ସୁପ୍ରିମ୍‌ କୋର୍ଟ କମିଟିର ନିୟମ ଅନୁସାରେ ପରିବହନ ବିଭାଗ ଓ ପୁଲିସ ୧୩୮ ଜଣ ଚାଳକଙ୍କ ଲାଇସେନ୍ସ ରଦ୍ଦ କରିଦେଇଛି। ପୁଲିସ ଓ ପରିବହନ ବିଭାଗର କର୍ମଚାରୀମାନେ ୨୩୨ ଜଣ ଚାଳକଙ୍କୁ ଅଟକ ରଖିଥିଲା ବେଳେ ୨୧୬ ଜଣ ଚାଳକଙ୍କୁ ଗିରଫ କରିଛନ୍ତି।

publive-image

କଟକ ଜିଲ୍ଲାରେ ଶନିବାର ରାତିରେ ୫୯ ଜଣ ଚାଳକ ମଦ୍ୟପାନ କରି ଗାଡ଼ି ଚଳାଇଥିବା ଜଣାପଡ଼ିଛି। ସମସ୍ତ ମଦ୍ୟପ ଚାଳକ ଗିରଫ ହୋଇଛନ୍ତି। ମୋଟ୍‌ ୩୩ ଜଣଙ୍କର ଲାଇସେନ୍ସ ବାତିଲ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ୨୦ ଜଣ ଚାଳକ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ। ଏଥିରୁ ୧୭ ଜଣ ଗିରଫ ହୋଇଛନ୍ତି।

publive-image

ସୂଚନାଯୋଗ୍ୟ, ଯାନବାହନ ଆଇନ୍‌-୧୯୮୮ ଅନୁଯାଇ ପ୍ରଥମ ଥର ପାଇଁ ମଦପିଇ ଗାଡ଼ି ଚଳାଇଲେ ୬ ମାସ ଜେଲ ଓ ୧୦ ହଜାର ଟଙ୍କା ଯାଏଁ ଜରିମାନା ଦେବାକୁ ପଡ଼ିବ। ସେହିଭଳି ମଦପିଇ ୨ୟ ଥର ଧରାପଡ଼ିଲେ ଦୁଇ ବର୍ଷ ଜେଲ ସହିତ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଜେଲ ଯିବାର ନିୟମ ରହିଛି। ଯାନବାହନ ପାଇଁ କଡ଼ା ନିୟମ ଥିଲେ ବି ମଦପିଇ ଗାଡ଼ି ଚଳାଇବା କାରଣରୁ ଅଧିକାଂଶ ସମୟରେ ସଡ଼କ ଦୁର୍ଘଟଣା ଘଟୁଛି। ୨୦୨୦ ମସିହାରେ ଓଡ଼ିଶାରେ ୬୪୮ଟି ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ମୋଟ ୨୯୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe