କାବୁଲ୍‌ ଶିକ୍ଷା କେନ୍ଦ୍ରରେ ପରୀକ୍ଷା ବେଳେ ଆତ୍ମଘାତୀ ବୋମା ବିସ୍ଫୋରଣ: ୧୯ ନିହତ, ୨୭ ଆହତ

Advertisment
କାବୁଲ୍‌ ଶିକ୍ଷା କେନ୍ଦ୍ରରେ ପରୀକ୍ଷା ବେଳେ ଆତ୍ମଘାତୀ ବୋମା ବିସ୍ଫୋରଣ: ୧୯ ନିହତ, ୨୭ ଆହତ

Image Courtesy of India Today

କାବୁଲ୍‌: ଆଜି ସକାଳେ କାବୁଲ୍‌ସ୍ଥିତ ଏକ ଶିକ୍ଷା କେନ୍ଦ୍ରରେ ଆତ୍ମଘାତୀ ବୋମା ବିସ୍ଫୋରଣ ହେବାରୁ ଅନ୍ୟୂନ ୧୯ଜଣଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।

ପୁଲିସ ମୁଖପାତ୍ର ଖଲିଦ୍‌ ଜଦ୍ରାନ୍‌ କହିଛନ୍ତି, ଶିକ୍ଷାର୍ଥୀମାନେ ପରୀକ୍ଷା ଦେବାକୁ ପ୍ରସ୍ତୁତି କରୁଥିବା ବ‌େଳେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ଶିକ୍ଷା କେନ୍ଦ୍ରରେ ବିସ୍ଫୋରଣ କରିଥିଲା। ଦୁର୍ଯୋଗକୁ ୧୯ଜଣ ବ୍ୟକ୍ତି ସହିଦ ହୋଇଛନ୍ତି ଓ ଆଉ ୨୭ଜଣ ଆହତ ହୋଇଛନ୍ତି।

ତାଲିବାନ୍‌ ନିଯୁକ୍ତ କରିଥିବା କାବୁଲ୍‌ ପୁଲିସର ମୁଖପାତ୍ର ଜଦ୍ରାନ୍‌ କହିଛନ୍ତି, ଆଫଗାନ ରାଜଧାନୀ କାବୁଲ୍‌ର ସୈତେ ଅଞ୍ଚଳରେ ଆତ୍ମଘାତୀ ବ‌ୋମା ବିସ୍ଫୋରଣ ଘଟି ୧୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବ‌େଳେ ୨୭ଜଣ ଆହତ ହୋଇଛନ୍ତି।

publive-image Image Courtesy of English Al Arabiya

ଟୁଇଟ୍‌ କରି ଗୃହମନ୍ତ୍ରାଳୟର ମୁଖପାତ୍ର ଅବ୍ଦୁଲ୍‌ ନାଫୀ ତକୋର୍‌ ଲେଖିଛନ୍ତି, ‘କାଜ୍‌’ ନାମରେ ଗୋଟାଏ ଶିକ୍ଷା କେନ୍ଦ୍ର ଉପରେ ଆକ୍ରମଣ ହୋଇଛି। ଦୁର୍ଯୋଗକୁ ବିସ୍ଫୋରଣରେ ଲୋକେ ମୃତାହତ ହୋଇଛନ୍ତି।

ସଂଖ୍ୟାଲଘୁ ହାଜାରା ସମ୍ପ୍ରଦାୟ ବସବାସ କରୁଥିବା ପଶ୍ଚିମ କାବୁଲ୍‌ ନିକଟ ‘ଦସ୍ତ-ଏ-ବାର୍ଚି’ରେ ଉକ୍ତ ବିସ୍ଫୋରଣ ଘଟିଛି। ଘଟଣାସ୍ଥଳରେ ନିରାପତ୍ତା ଟିମ୍‌ ପହଞ୍ଚିଛନ୍ତି। ଆକ୍ରମଣ ପ୍ରକାର ଏବଂ ମୃତ ବ୍ୟକ୍ତିମାନଙ୍କ ବିଷୟରେ ବିସ୍ତୃତ ବିବରଣୀ ପରେ ପ୍ରଦାନ କରାଯିବ।

ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ଶତ୍ରୁର ଅମାନବୀୟ ନିଷ୍ଠୁରତା ଏବଂ ନୈତିକ ଜ୍ଞାନର ଅଭ‌ାବ ଥିବା କଥା ପ୍ରମାଣ କରୁଛି।

ଅନ୍‌ଲାଇନ୍‌ରେ ପୋଷ୍ଟ୍‌ ହୋଇଥିବା ଭିଡିଓ ଓ ସ୍ଥାନୀୟ ଗଣମାଧ୍ୟମ ପ୍ରକାଶିତ ଫଟୋରେ ଦେଖାଯାଉଛି ଯେ, ରକ୍ତାକ୍ତ ମୃତାହତଙ୍କୁ ଘଟଣାସ୍ଥଳରୁ ଉଠାଇ ନିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe