ଘର ବିକ୍ରି ନାଁରେ ୨୬ ଲକ୍ଷ ଠକେଇ, ୨ ଦଲାଲ ଗିରଫ

ଘର ବିକ୍ରି ଆଳରେ ବୃଦ୍ଧାଙ୍କୁ ଠକିବା ଅଭିଯୋଗରେ ୨ ଜମିଦଲାଲଙ୍କୁ ଛେଣ୍ଡ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ମଧୁପୁରର ମୂଳବାସିନ୍ଦା ତଥା ଛେଣ୍ଡ ସି୨ଏମ୍‌/୧୭୭ରେ ରହୁଥିବା ଅଜୟ ମହାନ୍ତି(୫୮) ଓ ଛେଣ୍ଡ ଫେଜ୍‌-୧ ଏଲ୍‌/୭୪ରେ ରହୁଥିବା ତେଜ କୁମାର ଫ୍ରାନ୍ସିସ୍‌(୫୮)।

arrest

ରାଉରକେଲା: ଘର ବିକ୍ରି ଆଳରେ ବୃଦ୍ଧାଙ୍କୁ ଠକିବା ଅଭିଯୋଗରେ ୨ ଜମିଦଲାଲଙ୍କୁ ଛେଣ୍ଡ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ମଧୁପୁରର ମୂଳବାସିନ୍ଦା ତଥା ଛେଣ୍ଡ ସି୨ଏମ୍‌/୧୭୭ରେ ରହୁଥିବା ଅଜୟ ମହାନ୍ତି(୫୮) ଓ ଛେଣ୍ଡ ଫେଜ୍‌-୧ ଏଲ୍‌/୭୪ରେ ରହୁଥିବା ତେଜ କୁମାର ଫ୍ରାନ୍ସିସ୍‌(୫୮)। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଛେଣ୍ଡ ଅଞ୍ଚଳର ସୁଦେସ୍ନା ପାଢ଼ୀ(୬୬) ୨୦୨୦ ମସିହାରେ ଅଜୟ ନାମକ ଜଣେ ଜମି ଦଲାଲ ସଂସ୍ପର୍ଶରେ ଆସିଥିଲେ। ସୁଦେସ୍ନାଙ୍କ ସ୍ବାମୀ ଆର୍‌ଏସ୍‌ପିରୁ ଅବସରନେବା ପରେ ସେ ଏକ ଘର କିଣିବାକୁ ଯୋଜନା କରିଥିଲେ। ‌ଏନେଇ ସେ ଅଜୟଙ୍କୁ ଜଣାଇଥିଲେ। ଅଜୟ ତାଙ୍କୁ ତେଜ କୁମାର ଫ୍ରାନ୍ସିସ୍‌ ନାମକ ଜଣେ ଆର୍‌ଏସ୍‌ପି କର୍ମଚାରୀଙ୍କ ସହ ଭେଟ କରାଇଥିଲେ। ଫ୍ରାନ୍ସିସ୍‌ଙ୍କ ଘର ଏଲ୍‌/୭୪କୁ ସୁଦେସ୍ନାଙ୍କୁ ୩୮ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଅଜୟ ଯୋଜନା କରିଥିଲା। ପରେ ଫ୍ରାନ୍ସିସ୍ ଓ ଅଜୟ ମିଶି ସୁଦେସ୍ନାଙ୍କ ଠାରୁ ୨୬ ଲକ୍ଷ ଟଙ୍କା ଆଡଭାନ୍ସ ଆକାରରେ ଆଣିଥିଲେ। ଟଙ୍କା ପାଇବା ପରେ ଉଭୟ ବିଭିିନ୍ନ ଆଳଦେଖାଇ ସିଦେସ୍ନାଙ୍କୁ ଠକି ଆସୁଥିଲେ। ବର୍ଷବର୍ଷ ଧରି ଟଙ୍କା ଓ ଘର କିଛି ନଦେବା ପରେ ସୁଦେସ୍ନା ମେ’ ମାସ‌ରେ ଛେଣ୍ଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଉଭୟଙ୍କୁ ଗୁରୁବାର ଗିରଫ କରି କୋର୍ଟ ପଠାଇଛି। ସେମାନଙ୍କର ୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରିବା ସହ ଅଧିକ ତଦନ୍ତ ଜାରି ରହିଛି। 

ସୂଚନାନୁଯାୟୀ, ଛେଣ୍ଡ ଅଞ୍ଚଳର ସୁଦେସ୍ନା ପାଢ଼ୀ(୬୬) ୨୦୨୦ ମସିହାରେ ଅଜୟ ନାମକ ଜଣେ ଜମି ଦଲାଲ ସଂସ୍ପର୍ଶରେ ଆସିଥିଲେ। ସୁଦେସ୍ନାଙ୍କ ସ୍ବାମୀ ଆର୍‌ଏସ୍‌ପିରୁ ଅବସରନେବା ପରେ ସେ ଏକ ଘର କିଣିବାକୁ ଯୋଜନା କରିଥିଲେ। ‌ଏନେଇ ସେ ଅଜୟଙ୍କୁ ଜଣାଇଥିଲେ। ଅଜୟ ତାଙ୍କୁ ତେଜ କୁମାର ଫ୍ରାନ୍ସିସ୍‌ ନାମକ ଜଣେ ଆର୍‌ଏସ୍‌ପି କର୍ମଚାରୀଙ୍କ ସହ ଭେଟ କରାଇଥିଲେ। ଫ୍ରାନ୍ସିସ୍‌ଙ୍କ ଘର ଏଲ୍‌/୭୪କୁ ସୁଦେସ୍ନାଙ୍କୁ ୩୮ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଅଜୟ ଯୋଜନା କରିଥିଲା। ପରେ ଫ୍ରାନ୍ସିସ୍ ଓ ଅଜୟ ମିଶି ସୁଦେସ୍ନାଙ୍କ ଠାରୁ ୨୬ ଲକ୍ଷ ଟଙ୍କା ଆଡଭାନ୍ସ ଆକାରରେ ଆଣିଥିଲେ। ଟଙ୍କା ପାଇବା ପରେ ଉଭୟ ବିଭିିନ୍ନ ଆଳଦେଖାଇ ସିଦେସ୍ନାଙ୍କୁ ଠକି ଆସୁଥିଲେ। ବର୍ଷବର୍ଷ ଧରି ଟଙ୍କା ଓ ଘର କିଛି ନଦେବା ପରେ ସୁଦେସ୍ନା ମେ’ ମାସ‌ରେ ଛେଣ୍ଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଉଭୟଙ୍କୁ ଗୁରୁବାର ଗିରଫ କରି କୋର୍ଟ ପଠାଇଛି। ସେମାନଙ୍କର ୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରିବା ସହ ଅଧିକ ତଦନ୍ତ ଜାରି ରହିଛି। 

ଉଲ୍ଲେଖଯୋଗ୍ୟ, ତେଜ କୁମାର ଫ୍ରାନ୍ସିସ୍‌ ରହୁଥବା କ୍ବାର୍ଟର୍ସ ଏଲ୍‌/୭୪ଟି କଟକର ଇନ୍ଦୁମତି ମହାନ୍ତି ନାମକ ଜଣେ ମହିଳାଙ୍କ ନାଁରେ ରହିଛି। ଫ୍ରାନ୍ସିସ୍‌ର ବାପା ଇନ୍ଦୁମତିଙ୍କ ଘରେ ଅନେକ ବର୍ଷ ପୂର୍ବେ କେୟାରଟେକର ଭାବେ ରହୁଥିଲେ। ଇନ୍ଦୁମତିଙ୍କ ମୃତ୍ୟୁ ପରେ ଫ୍ରାନ୍ସିସ୍‌ଙ୍କ ପରିବାର ସେହି ଘରେ ରହୁଛନ୍ତି। ସେହି ଘରକୁ ବିକ୍ରି କରିବାକୁ ଯାଇ ଫ୍ରାନ୍ସିସ୍‌ ଓ ଅଜୟ ଗିରଫ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe