ଦେଓଗାଁ: ଜାଗର ଯାତ୍ରା ପାଇଁ ଶିବାଳୟରେ ପ୍ରବଳ ଭିଡ଼ ରହୁଥିଲା। କେଉଁଠି ସଂଚାର ତ ପୁଣି କେଉଁଠି ନାମ ଯଜ୍ଞ କରି ଜାଗର ରାତିରେ ଉଜାଗର ରହି ଲୋକ ରହୁଥିଲେ ଉପବାସ। ହେଲେ ଏହାର ସୁଯୋଗ ନେଇ ଖୁଡ୍ ଖୁଡୁ ପଟି ଖେଳ ଚାଳିଥିବା ବେଳେ ପୁଲିସ ଚଢ଼ାଉ କରି ଭଣ୍ଡୁର କରିଦେଲା ଜୁଆ ଖେଳକୁ। ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ବଲାଙ୍ଗର ଜିଲ୍ଲାର ଦେଓଗାଁ ଥାନା ଅଞ୍ଚଳରେ।
ଦେଓଗାଁ ଥାନା ଅନ୍ତର୍ଗତ କୁଡ଼ା ସିଂହା ପଞ୍ଚାୟତର ନୂଆପଡ଼ା ଗାଁ ଶିବ ମନ୍ଦିରରେ ଚାଲିଥିଲା ମହାଶିବରାତ୍ରିର ପ୍ରହର ନାମ ଯଜ୍ଞ। ଏଥିରେ ଜୁଆ ଖେଳ ହେଉ ଥିବାର ଖବର ପାଇ ଗୁରୁବାର ବିଳମ୍ବିତ ରାତିରେ ଦେଓଗାଁ ପୁଲିସ ଚଢ଼ାଉ କରି ନଗଦ ଟଙ୍କା ଓ ମୋବାଇଲ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଥିଲା। ଅଧିକ ତଦନ୍ତ କରିବା ପରେ ପାଟଣାଗଡ଼ ଥାନା ଗଙ୍ଗା ସାଗର ଗ୍ରାମର କିଆ ବନ ବରିହା ଓ ଦେଓଗାଁ ଥାନା ନୂଆପଡ଼ା। ଗାଁର ଗୋପିନାଥ ପଶାୟତଙ୍କୁ ଗିରଫ କରିକୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କଠାରୁ ଖୁଡ଼୍ ଖୁଡ଼ ପଟି, ଖେଳ ପାଇଁ ବ୍ୟବହାର ହେଉଥିବା ଗୋଟି, ବାଉଁଶ ବାସ୍କେଟ ସହ ଦୁଇଟି ମୋବାଇଲ ଜବତ କରାଯାଇଥିଲା। ଲହାଛଡ଼ା ଉଭୟଙ୍କଠାରୁ ସଙ୍ଗେ ୬ ହଜାର ୨୯୦ ଟଙ୍କା ବି ଜବତ କରାଯାଇଥିଲା ଏନେଇ ଦେଓଗାଁ ଥାନା ଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି। ଏନେଇ ପୁଲିସ କେଶ ନମ୍ବର ୭୦ ରେ ଏକ ମାମଲା ରୁଜୁ କରି ଅଧି୍ ତଦନ୍ତ କରୁଥିବା ଜଣାପଡ଼ିଛି।

Follow Us