ମକା ବ୍ୟବସାୟୀଙ୍କଠାରୁ ୫ଲକ୍ଷ ଲୁଟ୍ ଘଟଣା: ଦୁଇ ଅଭିଯୁକ୍ତ ଗିରଫ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା କୁଆମ୍ବା ଗ୍ରାମର ମକା ବ୍ୟବସାୟୀ ସଦନ ସରକାରଙ୍କ ଠାରୁ ଗତ ଜାନୁଆରୀ ୧୫ ତାରିଖ  ଦିନ ୩ ଜଣ ଦୁର୍ବୃତ୍ତ ବାଇକ ଯୋଗେ ଆସି ତାଙ୍କୁ ବନ୍ଧୁକ ଏବଂ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟି ନେଇଥିବା  ଘଟଣାରେ ପୁଲିସକୁ ମିଳିଛି ଏକ ବଡ଼ ସଫଳତା l

ୁୂର

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା କୁଆମ୍ବା ଗ୍ରାମର ମକା ବ୍ୟବସାୟୀ ସଦନ ସରକାରଙ୍କ ଠାରୁ ଗତ ଜାନୁଆରୀ ୧୫ ତାରିଖ  ଦିନ ୩ ଜଣ ଦୁର୍ବୃତ୍ତ ବାଇକ ଯୋଗେ ଆସି ତାଙ୍କୁ ବନ୍ଧୁକ ଏବଂ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟି ନେଇଥିବା  ଘଟଣାରେ ପୁଲିସକୁ ମିଳିଛି ଏକ ବଡ଼ ସଫଳତା l  

ଗତ ଜାନୁଆରୀ ୧୫ତାରିଖ ଦିନ କୁହୁଡି ପଞ୍ଚାୟତ କୁଆମ୍ବା ଗ୍ରାମର ମକା ବ୍ୟବସାୟୀ ସଦନ ସରକାର ଉମରକୋଟ ବ୍ୟାଙ୍କରୁ  ନିଜର ବାଇକରେ ୫ ଲକ୍ଷ ଟଙ୍କା ସ୍ପଷ୍ଟ ଦିବାଲୋକରେ ଆଣୁଥିବା ସମୟରେ   ୩ଜଣ ଯୁବକ  ମୁହଁରେ କପଡା ବାନ୍ଧି ଏକ ବାଇକ ଯୋଗେ ତାଙ୍କୁ ପିଛା କରି ଥିଲେl  ଦିନ ସାଢ଼େ ୪ଟା ସମୟ ରେ ତାଙ୍କୁ  କୁହୁଡି -କୁଆମ୍ବା ମଝି ରାସ୍ତା ନିଛାଟିଆ ଜାଗାରେ  ବାଇକକୁ ଅଟକାଇ ମାରଣାସ୍ତ୍ର ଏବଂ ମୁଣ୍ଡରେ ଖେଳଣା ବନ୍ଧୁକ ଲଗାଇ ତାଙ୍କ ବାଇକରେ ଥିବା ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ସେଠାରୁ ଚାଲି ଯାଇ ଥିଲେ l  ୫ଲକ୍ଷ ଲୁଟ ହୋଇ ଥିବା ନେଇ ସଦନ ସରକାର ଚନ୍ଦାହାଣ୍ଡି ଥାନାରେ  ଏତଲା ଦେବା ପରେ    ଚନ୍ଦାହାଣ୍ଡି ଥାନା ଏକ ଡ଼କାୟତି ମାମଲା ରୁଜ୍ଜୁ କରି  ଘଟଣାର ତଦନ୍ତ ଭାର ଏସ ଆଇ ଖଗେଶ୍ୱର ଖୋସଲାଙ୍କୁ ଦେଇଥିଲେ l ଏହାକୁ ଏସ ଆଇ ଖୋସଲା ଗୁରୁତ୍ୱର ସହ ନେବା ସହ ବିଭିନ୍ନ ଜାଗାରେ ଚଢ଼ାଉ କରି  ରାଇଘର ଏବଂ ଉମରକୋଟ ଅଞ୍ଚଳରୁ  ଦୁଇ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଲୁଟ ଟଙ୍କା ଏବଂ ଏକ ଖେଳଣା ବନ୍ଧୁକ ଜବତ କରିଥିଲେ।

 ରାଇଘର ଥାନା ଅଧିନ କୁମୁଲି ଗ୍ରାମର ଉଜ୍ବଳ ବିଶ୍ୱାସ (୨୯) ଏବଂ ଉମରକୋଟ ଥାନା ଅଧିକାରୀଗୁଡା ଗ୍ରାମର ତୁଲାରାମ ହରିଜନ (୩୭) ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲ୍ଲାହର୍ଷ  ପ୍ରକାଶ କରିଛନ୍ତି l  ଗିରଫ ଦୁଇ ଲୁଟେରାଙ୍କ ଠାରୁ ଟଙ୍କା ଏବଂ ଗୋଟିଏ ଖେଳଣା ବନ୍ଧୁକ ଉଦ୍ଧାର କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି l  ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଲୁଟେରାଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଳି  ତଦନ୍ତ ଅଧିକାରୀ ଖଗେଶ୍ୱର ଖୋସଲା କହିଛନ୍ତି l ଗିରଫ ଦୁଇ ଲୁଟେରାଙ୍କ ନାମରେ ଉମରକୋଟ ଥାନା, ରାଇଘର ଥାନା ଅଞ୍ଚଳରେ ମାମଲା ଥିବା ନେଇ ପୁଲିସ ଅନୁମାନ କରୁଛିl 

ଗତ ଜାନୁଆରୀ ୧୫ତାରିଖ ଦିନ କୁହୁଡି ପଞ୍ଚାୟତ କୁଆମ୍ବା ଗ୍ରାମର ମକା ବ୍ୟବସାୟୀ ସଦନ ସରକାର ଉମରକୋଟ ବ୍ୟାଙ୍କରୁ  ନିଜର ବାଇକରେ ୫ ଲକ୍ଷ ଟଙ୍କା ସ୍ପଷ୍ଟ ଦିବାଲୋକରେ ଆଣୁଥିବା ସମୟରେ   ୩ଜଣ ଯୁବକ  ମୁହଁରେ କପଡା ବାନ୍ଧି ଏକ ବାଇକ ଯୋଗେ ତାଙ୍କୁ ପିଛା କରି ଥିଲେl  ଦିନ ସାଢ଼େ ୪ଟା ସମୟ ରେ ତାଙ୍କୁ  କୁହୁଡି -କୁଆମ୍ବା ମଝି ରାସ୍ତା ନିଛାଟିଆ ଜାଗାରେ  ବାଇକକୁ ଅଟକାଇ ମାରଣାସ୍ତ୍ର ଏବଂ ମୁଣ୍ଡରେ ଖେଳଣା ବନ୍ଧୁକ ଲଗାଇ ତାଙ୍କ ବାଇକରେ ଥିବା ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ସେଠାରୁ ଚାଲି ଯାଇ ଥିଲେ l  ୫ଲକ୍ଷ ଲୁଟ ହୋଇ ଥିବା ନେଇ ସଦନ ସରକାର ଚନ୍ଦାହାଣ୍ଡି ଥାନାରେ  ଏତଲା ଦେବା ପରେ    ଚନ୍ଦାହାଣ୍ଡି ଥାନା ଏକ ଡ଼କାୟତି ମାମଲା ରୁଜ୍ଜୁ କରି  ଘଟଣାର ତଦନ୍ତ ଭାର ଏସ ଆଇ ଖଗେଶ୍ୱର ଖୋସଲାଙ୍କୁ ଦେଇଥିଲେ l ଏହାକୁ ଏସ ଆଇ ଖୋସଲା ଗୁରୁତ୍ୱର ସହ ନେବା ସହ ବିଭିନ୍ନ ଜାଗାରେ ଚଢ଼ାଉ କରି  ରାଇଘର ଏବଂ ଉମରକୋଟ ଅଞ୍ଚଳରୁ  ଦୁଇ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଲୁଟ ଟଙ୍କା ଏବଂ ଏକ ଖେଳଣା ବନ୍ଧୁକ ଜବତ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe