ମହଙ୍ଗା ପଡିଲା ଚୋରି ସୁନା କିଣିବା: ବନ୍ଧା ହେଲା ସୁନାଦୋକାନୀଙ୍କ ପୁଅ

Advertisment

ଚୋରା ସୁନା ଗହଣା କିଣିବା ମହଙ୍ଗା ପଡ଼ିଛି। ପୋଖତ ଚୋରଙ୍କଠାରୁ କମ୍‌ ମୂଲ୍ୟରେ ଦାମୀ ସୁନା ଅଳଙ୍କାର କିଣିଥିବା ଅଭିଯୋଗରେ ସେକ୍ଟର-୭ ପୁଲିସ ଦୟାନନ୍ଦ ନଗର ବିଶ୍ବକର୍ମା ବିହାରର ଅମନ ପ୍ରସାଦଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ପାଖରୁ ୨ଟି ସୁନା ଚେନ୍‌, ଗୋଟିଏ ହଳ

ଚୋରା ସୁନା ଗହଣା କିଣିବା ମହଙ୍ଗା ପଡ଼ିଛି। ପୋଖତ ଚୋରଙ୍କଠାରୁ କମ୍‌ ମୂଲ୍ୟରେ ଦାମୀ ସୁନା ଅଳଙ୍କାର କିଣିଥିବା ଅଭିଯୋଗରେ ସେକ୍ଟର-୭ ପୁଲିସ ଦୟାନନ୍ଦ ନଗର ବିଶ୍ବକର୍ମା ବିହାରର ଅମନ ପ୍ରସାଦଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ପାଖରୁ ୨ଟି ସୁନା ଚେନ୍‌, ଗୋଟିଏ ହଳ

IMG-20250712-WA0057

ରାଉରକେଲା: ଚୋରା ସୁନା ଗହଣା କିଣିବା ମହଙ୍ଗା ପଡ଼ିଛି। ପୋଖତ ଚୋରଙ୍କଠାରୁ କମ୍‌ ମୂଲ୍ୟରେ ଦାମୀ ସୁନା ଅଳଙ୍କାର କିଣିଥିବା ଅଭିଯୋଗରେ ସେକ୍ଟର-୭ ପୁଲିସ ଦୟାନନ୍ଦ ନଗର ବିଶ୍ବକର୍ମା ବିହାରର ଅମନ ପ୍ରସାଦଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ପାଖରୁ ୨ଟି ସୁନା ଚେନ୍‌, ଗୋଟିଏ ହଳ ସୁନା ଚୁଡ଼ି, ରୂପା ପାଉଁଜି, ରୂପା ଚେନ୍‌ ଉଦ୍ଧାର କରିଛି।

ପୁଲିସ ସୂଚନାଅନୁସାରେ, ସେକ୍ଟର-୬, କ୍ବାର୍ଟର୍ସ ନଂ ଏ/୨୩ରେ ରହୁଥିବା ସତୀଶ ବଡ଼ତ୍ୟା ରାତିରେ ଡ୍ୟୁଟି ଯାଇଥିଲେ। ସକାଳେ ଘରକୁଫେରିବାପରେ ଆଜବେଷ୍ଟସ୍‌ ତାଡ଼ି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଦୁର୍ବୃତ୍ତ ବହୁମୂଲ୍ୟର ସୁନା, ରୂପା ଗହଣା ଚୋରି କରିନେଇଥିଲେ। ପୁଲିସ ମାମଲାର ତଦନ୍ତ ଜାରି ରଖିଥିଲା। ତେବେ ଗତ ୮ ତାରିଖରେ ସେକ୍ଟର-୧୯ ପୁଲିସ ଅନ୍ୟ ଏକ ଚୋରି ମାମଲାରେ ସେକ୍ଟର-୧୫ ନିବାସୀ ସୌଭାଗ୍ୟ ନାୟକ ଓ ବ୍ରାହ୍ମଣୀତରଙ୍ଗର ବିକି ଯାଦବଙ୍କୁ ଗିରଫ କରିଥିଲା। 

ପଚରାଉଚରା ସମୟରେ ଅଭିଯୁକ୍ତଦ୍ବୟ ସେକ୍ଟର-୬ସ୍ଥ ଶ୍ରୀ ବଡ଼ତ୍ୟାଙ୍କ ଘରୁ ଚୋରି କରିଥିବା ଓ ଅଭିଯୁକ୍ତ ଅମନ ନିକଟରେ ବିକ୍ରି କରିଥିବା ବୟାନ ଦେଇଥିଲେ। ପରେ ସେକ୍ଟର-୭ ପୁଲିସ ଅମନକୁ ଗିରଫ କରିଥିଲା। ପାନପୋଷ ଅଞ୍ଚଳର ଅଭିଯୁକ୍ତ ଅମନର ବାପାଙ୍କ ଏକ ସୁନା ଦୋକାନ ରହିଥିବା ପୁଲିସ ସୂଚନାରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe