ଡ଼ିମିରିମୁଣ୍ଡା ହତ୍ୟାକାଣ୍ଡ ଘଟଣାରେ ୨ ଅଭିଯୁକ୍ତ ଗିରଫ

Advertisment

ଗତ ଅଗଷ୍ଟ ୨ ତାରିଖ ରାତିରେ ଡ଼ିମିରିମୁଣ୍ଡାଠାରେ ପରିବା ବିକାଳି ବନି ମହାକୁଳଙ୍କୁ ହତ୍ୟା ହୋଇଥିଲା। ଏହି ଘଟଣାରେ କୁଚିଣ୍ଡାର ମହୁଲଡିହି ଗ୍ରାମର ମନୋଜ କେଛୁ ୫୦ ବର୍ଷ  ଓ ମନୋଜଙ୍କ ସହଯୋଗୀ ଅଙ୍କିତ ମାଝୀ ୨୫ ବର୍ଷକୁ  ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି |

ଗତ ଅଗଷ୍ଟ ୨ ତାରିଖ ରାତିରେ ଡ଼ିମିରିମୁଣ୍ଡାଠାରେ ପରିବା ବିକାଳି ବନି ମହାକୁଳଙ୍କୁ ହତ୍ୟା ହୋଇଥିଲା। ଏହି ଘଟଣାରେ କୁଚିଣ୍ଡାର ମହୁଲଡିହି ଗ୍ରାମର ମନୋଜ କେଛୁ ୫୦ ବର୍ଷ  ଓ ମନୋଜଙ୍କ ସହଯୋଗୀ ଅଙ୍କିତ ମାଝୀ ୨୫ ବର୍ଷକୁ  ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି |

423dd00d-c2ab-459b-96be-05cd6fc23cd3

କୁଚିଣ୍ଡା: ଗତ ଅଗଷ୍ଟ ୨ ତାରିଖ ରାତିରେ ଡ଼ିମିରିମୁଣ୍ଡାଠାରେ ପରିବା ବିକାଳି ବନି ମହାକୁଳଙ୍କୁ ହତ୍ୟା ହୋଇଥିଲା। ଏହି ଘଟଣାରେ କୁଚିଣ୍ଡାର ମହୁଲଡିହି ଗ୍ରାମର ମନୋଜ କେଛୁ ୫୦ ବର୍ଷ  ଓ ମନୋଜଙ୍କ ସହଯୋଗୀ ଅଙ୍କିତ ମାଝୀ ୨୫ ବର୍ଷକୁ  ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି | ଆଜି ସମ୍ବଲପୁର ଅତିରିକ୍ତ ଏସପି ଅଜୟ ମିଶ୍ର କୁଚିଣ୍ଡା ଥାନାରେ ସୂଚନା ଦେଇ କହିଛନ୍ତି ଯେ ଟଙ୍କା ଲେଣଦେନକୁ ନେଇ ମୃତ ବନି ମହାକୁଳ ଓ ମନୋଜ କେଛୁଙ୍କ ମଧ୍ୟରେ ମନୋମାଳିନ୍ୟ ରହିଥିଲା। ମନୋଜ ପାଖରୁ ଟଙ୍କା ଧାର ନେଇ ବନି ମହାକୁଳ ଫେରସ୍ତ କରୁନଥିଲେ। ଏ ନେଇ ଘଟଣା ଥାନା ପର୍ଯ୍ୟନ୍ତ ଯାଇଥିଲା।

ମନୋଜ ଏ ନେଇ ସୁଯୋଗ ଖୋଜୁଥିଲା। ଘଟଣା ଦିନ ରାତ୍ରୀରେ ଏକାକୀ ବନି ଘରକୁ ଫେରୁଥିବା ସମୟରେ ହତ୍ୟା କରିବା ଉଦ୍ଦେଶ୍ୟ ନେଇ ଅଙ୍କିତ ସହ ମନୋଜ  ରାସ୍ତାରେ ଜଗିଥିଲେ। ବନି ଏକାକୀ ଚାଲି ଚାଲି ଫେରୁଥିବା ସମୟରେ ରାସ୍ତାରେ ମନୋଜ ଅଟକାଇ ତା ସହିତ ପାଟିତୁଣ୍ଡ କରିଥିଲେ। ଏହା ପରେ ମନୋଜ ବନିଙ୍କ ତଣ୍ଟିକୁ ଏକ କପଡାରେ ଚାପି ଧରିବା ଓ ଅଙ୍କିତ ମହିଳାଙ୍କ ଗୋଡକୁ ମାଡି ବସିବାରୁ ମୃତ୍ୟୁ ହୋଇଥିଲା। ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶରେ ଏସଡିପିଓ କୁଚିଣ୍ଡା ପ୍ରଦୀପ ଦାସ, କୁଚିଣ୍ଡା ଆଇଆଇସି ବାମଦେବ ଶଙ୍ଖୁଆଳ, ଜମନକିରା ଆଇଆଇସି ପଦ୍ମାଳୟା ସାହୁ, ବାମରା ଆଇଆଇସି ରାଜେନ୍ଦ୍ର ବେହେରା ପ୍ରମୁଖଙ୍କୁ ନେଇ ଏକ ଟିମ ଗଠନ କରିଥିଲେ। ଏହା ପରେ ହତ୍ୟାକାଣ୍ଡର ଖୁଲାସା ହୋଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe