ବାର୍‌ହା ଶିକାର କରି ମାଂସ ବିକ୍ରି, ୨ ଅଟକ

Advertisment

ବାର୍‌ହା ଶିକାର କରି ମାଂସ ବିକ୍ରି କରିବାକୁ ଉଦ୍ୟମ କରୁଥିବା ସମୟରେ ମାଡ଼ି ବସିଲା ବନ ବିଭାଗ। ବନ ବିଭାଗ କର୍ମଚାରୀମାନେ ବାର୍‌ହା ମାଂସ ଜବତ କରିବା ସହ ଦୁଇଜଣକୁ ଅଟକ ରଖି ପଚରାଉଚରା କରୁଛନ୍ତି।

ବାର୍‌ହା ଶିକାର କରି ମାଂସ ବିକ୍ରି କରିବାକୁ ଉଦ୍ୟମ କରୁଥିବା ସମୟରେ ମାଡ଼ି ବସିଲା ବନ ବିଭାଗ। ବନ ବିଭାଗ କର୍ମଚାରୀମାନେ ବାର୍‌ହା ମାଂସ ଜବତ କରିବା ସହ ଦୁଇଜଣକୁ ଅଟକ ରଖି ପଚରାଉଚରା କରୁଛନ୍ତି।

850c7a40-d6fa-4d92-aa0b-bc71cb70372f .jpeg

ବଡ଼ବିଲ: ବାର୍‌ହା ଶିକାର କରି ମାଂସ ବିକ୍ରି କରିବାକୁ ଉଦ୍ୟମ କରୁଥିବା ସମୟରେ ମାଡ଼ି ବସିଲା ବନ ବିଭାଗ। ବନ ବିଭାଗ କର୍ମଚାରୀମାନେ ବାର୍‌ହା ମାଂସ ଜବତ କରିବା ସହ ଦୁଇଜଣକୁ ଅଟକ ରଖି ପଚରାଉଚରା କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ବଡ଼ବିଲ ରେଞ୍ଜ ଗୁଆଲି ସେକ୍ସନ ଅନ୍ତର୍ଗତ ଟଣ୍ଟୋ ଗ୍ରାମରେ କିଛି ଲୋକ ବାର୍‌ହା ଶିକାର କରି ମାଂସ କାଟୁଥିବା ବନ ବିଭାଗ ଖବର ପାଇଥିଲା।

 ଗୁଆଲି ଫରେଷ୍ଟର ଅକ୍ଷୟ କୁମାର ମହାନ୍ତି, ନାଲଦା ଫରେଷ୍ଟର ନିରଞ୍ଜନ ସେଠୀ ଓ ଫରେଷ୍ଟଗାର୍ଡ ଅଭିମନ୍ୟୁ ନାଏକ ଚଢ଼ଉ କରି ଦୁଇଜଣକୁ କାବୁ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି। ସେମାନଙ୍କ ନିକଟରୁ ୫ କେଜି ବାର୍‌ହା ମାଂସ, ଗୋଟିଏ ଟାଙ୍ଗିଆ, ଛୁରି, ବନ୍ୟପ୍ରାଣୀ ଶିକାର ପାଇଁ ବ୍ୟବହାର ହୋଇଥିବା ଫାଶ ଜବତ କରିଥିଲେ। ଜବତ ମାଂସକୁ ପରୀକ୍ଷା ପାଇଁ ପଠାଯାଇଛି। ଦୁଇ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରାଯାଇଥିବା ବଡ଼ବିଲ ବନାଞ୍ଚଳ ଅଧିକାରୀ ରଞ୍ଜନ କୁମାର କାଲୋ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe