ବାଇକ୍‌ ଦୁର୍ଘଟଣା, ପାଣିରେ ବୁଡ଼ି ୨ ଜଣ ଯୁବକଙ୍କ ମୃତ୍ୟୁ

Advertisment

ଦେଓଗାଁ ଥାନା ଅନ୍ତର୍ଗତ ଉପରଝର ଛକଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ  ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି। ଶନିବାର ରାତି ସାଢ଼େ ୯ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା

ଦେଓଗାଁ ଥାନା ଅନ୍ତର୍ଗତ ଉପରଝର ଛକଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ  ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି। ଶନିବାର ରାତି ସାଢ଼େ ୯ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା

Accident

ଦେଓଗାଁ/ମୈଦଲପୁର: ଅଘଟଣ ଓ ଦୁର୍ଘଟଣାର ସାମ୍ନା କରି ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ଆଜି ସନ୍ଧ୍ୟାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସଡ଼କ ଦୁର୍ଘଟଣାରେ ରାଧୁ ନାଗ ଓ ପାଣିରେ ବୁଡ଼ିଯାଇ ଲଛମନ ମାଝୀଙ୍କର ମୃତ୍ୟୁ ଘଟିଛି। 

ଦେଓଗାଁ ଥାନା ଅନ୍ତର୍ଗତ ଉପରଝର ଛକଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ  ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି। ଶନିବାର ରାତି ସାଢ଼େ ୯ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏନେଇ ସ୍ଥାନୀୟ ଲୋକେ ଗୁରୁତର ଯୁବକକୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ହେଲେ ଗାଡ଼ି ଠିକ୍ ସମୟରେ ନ ଆସିବାରୁ ରକ୍ତ ଜୁଡୁବୁଡୁ ଯୁବକକୁ ଧରି ବାଇକରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିବା ନେଇ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି। ଅଧିକ ଗୁରୁତର ହୋଇଥିବା ପାଣ୍ଢେଲ ଗାଁ ର ରାଧୁ ନାଗକୁ ଡାକ୍ତର ମୃତ ଘୋଷଣା କରିଥିବା ସୂଚନା ମିଳିଛି। ଏନେଇ ଦେଓଗାଁ ଆଇଆଇସି ବୁଲୁ ମୁଣ୍ଡା ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରି ଆହତ ମାନଙ୍କ ପରିବାର ଲୋକ ସହ ଆଲୋଚନା କରିଥିବା ବେଳେ ରାଧୁ ନାଗର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି।

ଦେଓଗାଁ ଥାନା ଅନ୍ତର୍ଗତ ଉପରଝର ଛକଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ  ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି। ଶନିବାର ରାତି ସାଢ଼େ ୯ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ କାକୁଡିଆମ ନଦୀ ରେ ବୁଡ଼ି ଜଣେ ମୃତ ଘଟିଛି। ମୃତ ବ୍ୟକ୍ତି ଜଣକ ଲଛମନ ମାଝୀ (୪୦) ବୋଲି ଜଣାପାଡିଛି। ମୈଦଲପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ତୁରୁଞ୍ଜାଗୁଡ଼ା ଗ୍ରାମର ଲଛମନ ମାଝୀ ଚାଷ ଜମିରେ କାମ କରିବାକୁ ଯାଇଥିଲା। ଚାଷ କାମ ସରିବା ପିରେ କାକୁଡିଆମ ଗ୍ରାମର ତୁରୀ  ନଦୀକୁ ଗାଧେଇବାକୁ ଯାଇଥିଲା। ଗାଧେଇବା ସମୟରେ ଅସାବଧାନତା ଯୋଗୁ ନଦୀ ବୁଡ଼ି ଯାଇଥିଲା। ଘରେ ନଫେରିବାରୁ ଘର ଲୋକ ଖୋଜିବାକୁ ନଦୀ ତୁଠକୁ ଯାଇଥିଲେ। ଲଛମନକୁ ନଦୀରେ ଭାସିବା ଦେଖି ପରିବାର ଲୋକ ଉଦ୍ଧାର କରିଥିଲେ ଏବଂ ଏହା ପରେ ତାଙ୍କୁ ମୈଦାଲପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe