ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ

Advertisment

ସୁନ୍ଦରଗଡ ଜିଲ୍ଲାର ବାଙ୍କିବାହାଲ ଭେଡାବାହାଲ କୋଲ କରିଡୋର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ସୁନ୍ଦରଗଡ ଜିଲ୍ଲାର ବାଙ୍କିବାହାଲ ଭେଡାବାହାଲ କୋଲ କରିଡୋର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

Accident

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲାର ବାଙ୍କିବାହାଲ ଭେଡାବାହାଲ କୋଲ କରିଡୋର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ରାତିରେ ଭଷ୍ମା ଥାନା ବ୍ରାହ୍ମଣୀପାଲି ନିକଟରେ ଟ୍ରଲର ବାଇକ ଧକ୍କା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ବିକାଶ ନାଏକଙ୍କୁ ରାଉରକେଲା ମେଡ଼ିକାଲକୁ ନିଆଯାଇଥିବା ଜଣାପଡିଛି। 

ମୃତକ ଦୁଇ ଜଣ ଶୁଭମ ବାରିକ ଏବଂ ତ୍ରିଲୋଚନ ସେଠ ବୋଲି ଜଣାପଡିଛି । ତିନି ଜଣ ଯାକ ଭେଡାବାହାଲ ଅଞ୍ଚଳର ହୋଇଥିବାବେଳେ ଘଟଣାକୁ ନେଇ ରାତିସାରା ଉତ୍ୟକ୍ତ ଲୋକଙ୍କ ଦ୍ବାରା ରାସ୍ତାରୋକ କରାଯାଇଛି। ସକାଳୁ ରାସ୍ତାରୋକ ହଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe